ପୋଲ ତଳକୁ ଖସିଲା ମିକ୍ସଚର ମେସିନ୍ ; ଅଳ୍ପକେ ବତ୍ତିଗଲେ ମହିଳା ବାଇକ ଆରୋହୀ
![]() |
bari |
ବରୀ –––– ବରୀ ମାଉଣ୍ତ ପୋଲ ଉପରୁ ଆଜି ସକାଳେ ଏକ ମିସ୍କ୍ଚର ମେସିନ୍ ପୋଲ ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି। ଏହି ମିକ୍ସଚର ମେସିନଟିକୁ ଏକ ନମ୍ବର ବିହିନ ଟ୍ରାକ୍ଟର ବରୀ ତେଲ ଟାଙ୍କିକୁ ତେଲ ପକାଇବାକୁ ଯାଉଥିଏା । ଯାନ୍ତ୍ରୀକ ତୃଟି ଯୋଗୁ ପୋଲର ଡାହାଣ ପାର୍ଶ୍ବ ର୧୦ ଫୁଟ ତଳକୁ ହଟାତ୍ ଖସି ପଡିଥିଲା। ଏହି ସମୟରେ ଜଣେ ମହିଳା ବାଇକ ଆରୋହୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ମହିଳା ଜଣଙ୍କ ଅଳ୍ପକେ ବତ୍ତି ଯାଇଥିବା ଜଣାପଡିଛି । ମେସିନଟି ଖସି ପଡିବା ସମୟରେ ବିଦ୍ୟୁତ କେବୁଲ ତାର ଛିଣ୍ତି ଯିବା ଓ ପୋଲର ବାରଣ୍ତା ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ପହି ବିଦ୍ୟୁତକୁ ଆଦୟ କରି ନେଇଥିଲେ। ଏଲ ଏଣ୍ତ ଟି କମ୍ପାନୀର କ୍ରେନ ଦ୍ବାରା ମିକ୍ସଚର ମେସିନ୍ ଟିକୁ ପୋଲ ତଳୁ ରାସ୍ତା ଉପରକୁ ଉଠାଇ ଦିଆଯାଇଥିଲା। ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହି ମିକ୍ସଚର ମେସିନଟିକୁ ଜବତ କରିବା ସହିତ ତାହାର ମାଲିକକୁ ଥାନାକୁ ଡାକି ପଚରା ଉଚରା କରିଥିବା ଜଣାପଡିଛି। ମେସିନିଟିକୁ ନେଇ ଯାଉଥିବା ଟ୍ରାକ୍ଟରଟି ଘଟଣାସ୍ଥଳରୁ କେଉଁ ଆଡେ ଉଭାନ ହୋଇଯାଇଥିଲା । ବରୀ ଅଂଚଳରେ ଅଧିକାଂଶ ଟ୍ରାକ୍ଟର ନମ୍ବର ବିହିନ ଭାବେ ପରିବହନ କରୁଥିଲା ବେଳେ ଅଧିକାଂଶ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇେିସନ୍ତ ନଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ଉଠିଛି।
ବରୀରୁ –ଦର୍ଶନ ବେହେରାଙ୍କ ରିପୋର୍ଟ