Breaking News

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଲା ମାଧ୍ୟମରେ ଜନସଚେତନତା

 ସାକ୍ଷୀଗୋପାଳ ---- ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ଜରିଆରେ ମାତୃ ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଜନସଚେତନତା କରାଯାଉଛି  । ଏଥପାଇଁ ରାଜ୍ୟ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏପରିକି ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହେଉଛି । ମାତ୍ର ଏହି କାର୍ଯ୍ୟକ୍ରମ କିପରି ଚାଲିଛି ତାହା ଦେଖିବାକୁ ପୁରୀ ଜିଲ୍ଲାରେ କୌଣସି ଅଧିକାରୀଙ୍କ ପାଖରେ ସମୟ ନାହିଁ  । ସେଥିଯୋଗୁ  ସ୍ୱାସ୍ଥ୍ୟ ବିଭାଗର କେତକ ଅସାଧୁ କର୍ମଚାରୀ ଏହାର ଫାଇଦା ଉଠାଇ ଚାଲିଛନ୍ତି । ସୁଚନାଯୋଗ୍ୟ ଯେ  ଅଳଗୁମ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋମବାର  ଅଳଗୁମର ଶୁକଳପଡା ଓ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ଓଡିଶାର ପାରମ୍ପାରିକ ଲୋକକଳା ପାଲା ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ  । ଏଥିରେ ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦର ସମ୍ପାଦକ ରମେଶ ଚନ୍ଦ୍ର ପଳେଇ, ଭାଷ୍କର ସ୍ୱାଇଁ, ସୁଦର୍ଶନ ପରିଡା, ଧୁଳିଆ ବରାଳସୁଦର୍ଶନ ପ୍ରଧାନ ଓ  ନିତିବତ୍ର ରଥ ପାଲା ପରିବେଷଣ କରିଥିଲେ  । ଗ୍ର୍ରାମର ଆଶା  ଓ ଅଙ୍ଗନୱାଡି ର୍କମୀଙ୍କ ସହିତ ଗ୍ରାମର ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ  । ମାତ୍ର ସ୍ୱାସ୍ଥ୍ୟ ବିଭାଗର କୌଣସି ଅଧିକାରୀଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା ବୋଲି ଗ୍ରାମାବସୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

Blog Archive

Popular Posts