Breaking News

ଓଡିଆ ସମାଜ ଆବୁଧାବି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

 ସାକ୍ଷୀଗୋପାଳ------  ଓଡିଶାର ଉତିହାସ ଗୌରବମୟ ଓ ଓଡିଶାର ନୈାବାଣିଜ୍ୟ ପରମ୍ପରା ସମଗ୍ର ପୃଥିବୀରେ ପ୍ରସିଦ୍ଧ  । ଏଥିପାଇଁ ଓଡିଆ ଜାତି ଗର୍ବିତ । ପବ୍ରିତ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଆବୁଧାବି ରେ ଓଡିଆ ମାନଙ୍କୁ ନେଇ ଗଡିଉଠିଥିବା ଓଡିଆ ସମାଜ ଆବୁଧାବି ( ଓସା) ତରଫରୁ କ୍ରମାଗତ ଭାବେ ବୋଇତ ବନ୍ଦାଣ ଉତ୍ସବ  ଆବୁଧାବି ବିଶ୍ୱବିଦ୍ୟାଳୟର ଅଡିଟୋରିୟମ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତବାସର ପ୍ରଥମ ଅଧିକାରୀଣି ପୂଜା ଭର୍ନାକର ଯୋଗଦେଇ ଓସାର କର୍ମକର୍ତ୍ତା ମାନଙ୍କର ଉଦ୍ଦ୍ୟମକୁ ବେଶ ପ୍ରଶଂସା କରିଥିଲେ  । ସମ୍ମାନୀତ ଅତିଥି ଭାବେ ଡ. ଅବଦୁଲ ରହିମ ଅଲ ହୋସନୀ ଯୋଗଦେଇ ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଉପରେ ଆଲେକପାତ କରିଥିଲେ  । ଆବୁଧାବି ନିକଟସ୍ଥ ଦୁବାଇ, ସାରଜାହା, ଆଲଇନର ପ୍ରାୟ ୫ଶହ ପରିବାର ଏହି ଉତ୍ସବରେ ଯୋଗଦେଇଥିଲେ  ।  ଗାୟକ ବିଷ୍ଠୁ ମୋହନ କବି ଓ ପ୍ରଜ୍ଞା ହୋତା ସହଗୀତ ପରିବେଷଣ କରିଥିଲେ  । ହାସ୍ୟ ଅଭିନେତା ସୁମନ ମହାରଣା ତାଙ୍କର ବ୍ୟଙ୍ଗ ଭରା କଥାରେ ଦର୍ଶକଙ୍କୁ ବାନ୍ଦି ରଖିଥଲେ  । ଓସାର ସଦସ୍ୟ ଓ ପରିବାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ତଅପୋଇ, , ମା ଦୁର୍ଗାଙ୍କର ଅବତାର ଉପରେ ଫ୍ୟାସନ ଶୋ ଅନୁଷ୍ଠିତ ହୋଇଯାଇଛି  । ଓଡିଆ ସମାଜର ସଭାପତି ପ୍ରଦୀପ ରଥ, ସମ୍ପାଦକ କମଳ ପଣ୍ଡା, ସାଂସ୍କୃତିକ ସମ୍ପାଦକ ପ୍ରଦୀପ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts