ଗେଡିଆପଲ୍ଲୀ ହାଇସ୍କୁଲରେ ଏନସିସି ଦିବସ ପାଳିତ
![]() |
Beguni |
ବେଗୁନିଆ–––– ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରବିବାର ଦିନ ପୂର୍ବାହ୍ନରେ
ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇ ଯାଇଛି। ସକାଳୁ କ୍ୟାଡେଟମାନେ ଏସିସିସି ଅଧିକାରୀ ଦିବାକର ସାହୁଙ୍କ ନେତୃତ୍ବରେ ଏକାଠି ହୋଇ ଦ୍ବଜା ଉତୋଳନ କରିଥିଲେ । ପରେ ଏକ ଟ୍ରାଫିକ ସଚେତନତା ଅଭିଯାନରେ ଉପସ୍ଥିତ ଅତିଥି,କ୍ୟାଡେଟ ଓ ବିଦ୍ୟାଳୟର ଶିକ୍ଷକମାନେ ଯୋଗଦେଇ ରାସ୍ତାରେ ଯାତ୍ରୀମାନଙ୍କୁ ହେଲମେଟ ଓ ସିଟ ବେଲଟ ବ୍ୟବହାର କରିବା ପାଇଁ
ଗୋଲାପ ଫୁଲ ଦେଇ ସଚେତନ କରାଇଥିଲେ। ସଭାର ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା
ସ୍ବର୍ଗତ ଗୌରମୋହନ ସାହୁଙ୍କ
ପ୍ରତିମୂତିର୍ରେ ମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରୀୟ ସଚେତନତା ଧର୍ମୀ ସଙ୍ଗୀତ ଗାନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପୌରୋହିତ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ
ମୁଖ୍ୟ ଅତିଥି,ଅବସରପ୍ରାପ୍ତ
ପ୍ରଧାନ ଶିକ୍ଷକ ପୀତବାସ ପଟ୍ଟନାୟକ ମୁଖ୍ୟବକ୍ତା,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ପଣ୍ତା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଆତ୍ମଶୃଙ୍ଖଳା ଓ ଐକ୍ୟ ମନୋଭାବ ପୋଷଣ ଦ୍ବାରା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। କ୍ୟାଡେଟ ଜ୍ୟୋତି ରଞନ ସାହୁ,ଚନ୍ଦନ କୁମାର ବେହେରା ଓ ଋତୁରାଜ ରାଉତରାୟ ପ୍ରମୁଖ
ଏନସିସି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ଅନୁଚୁନ୍ତା ପ୍ରକଟ କରିଥିଲେ। ଏହି ଅବସରରେ କୃତୀ କ୍ୟାଡେଡମାନଙ୍କୁ ପ୍ରମାଣପତ୍ର ଓ ର୍ୟାଙ୍କ ପ୍ରଦାନ କରାଯାଇଥିଲା।ଶେଷରେ ପୁରାତନ ଛାତ୍ରୀ ପ୍ରିତିମୟୀ
ସାହୁ ଓଡିଶୀ ସଙ୍ଗୀତ ପରିବଷେଣ କରିଥିବା ବେଳେ କ୍ୟାଡେଟ ଦିବ୍ୟଜ୍ୟୋତି ମତଗଜସିଂହ
ଧନ୍ୟବାଦ ଅର୍ପଣ କରିଥିଲେ।
ବେଗୁନିଆରୁ ଯୋଗେଶ୍ବର ପଣ୍ତା