Breaking News

ରେଡିଓ ନମସ୍କାରର ଯୁବ ସାମ୍ବାଦିକା ସମ୍ମାନିତ

 A maliki
konark 
କୋଣାର୍କ--- ଭୁବନେଶ୍ୱରରେ ହୋଟେଲ ଏକ୍ସଲେନ୍ସିଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରଙ୍କ  ବାର୍ଷିକ ସମୀକ୍ଷା କର୍ମଶାଳାରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ଯୁବ ସାମ୍ବାଦିକା ରୋଜାଲିନ ପ୍ରଧାନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଛି । ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୭ଟି ଗୋଷ୍ଠୀ ବେତାରକେନ୍ଦ୍ରର ମୋଟ ୮ଜଣ ଯୁବ ବେତାର ସମ୍ବାଦିକ/ସାମ୍ବାଦିକାଙ୍କୁ ସମ୍ମାନିତ କରାଯାଇଛି । ଏହି କର୍ମଶାଳାରେ ୧୦୦ରୁ ଉଦ୍ଧ୍ୱର୍ ଯୁବ ବେତାର  ସାମ୍ବାଦିକ ମାନେ ଯୋଗଦେଇଥିଲେ । ୟୁନିସେଫ୍ ସହାୟତାରେ ସାମାଜିକ ଅନୁଷ୍ଠାନ ୟଙ୍ଗଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଅତିଥି ଭାବେ ୟୁନିସେଫ୍ର ଓଡିଶାର ମୁଖ୍ୟ ଡ. ମୋନିକା ନେଲସନ୍ ଓ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରୀପାଠୀ,ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ଆକାଶବାଣୀ ଓ ଦୁରଦର୍ଶନ କେନ୍ଦ୍ରର ପୂର୍ବତନ ମୁଖ୍ୟ ଶାନ୍ତନୁ କୁମାର ରଥ, ଆକାଶବାଣୀ କଟକର ଅଧିକାରୀ ଇତିଶ୍ରୀ ରାଥୋର ପ୍ରମୁଖ ଯୋଗଦେଇ ବାତ୍ୟା,ବନ୍ୟା ଓ ପ୍ରକୃତିକ ବିପର୍ଯ୍ୟୟ ସମୟରେ କିଭଳି ଗୋଷ୍ଠୀ ବେତାର କେନ୍ଦ୍ର ଲୋକମାନଙ୍କର ସାଥୀ ହୋଇପାରିଛି ସେ ସଂପର୍କରେ ନିଜର ମତାମତ ରଖିଥିଲେ । ରେଡିଓ ନମସ୍କାରରେ ବାଲ୍ୟ ବିବାହ ଆଇନ,ଶିଶୁ ଶ୍ରମିକ,ସ୍ୱଚ୍ଛତା,ନିରନ୍ତର ଓ କୌଶଳ ଶିକ୍ଷା,ପୁଷ୍ଟିକର ଖାଦ୍ୟ,ସ୍ତନ୍ୟପାନ ଓ କିଶୋର/କିଶୋରୀ ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ କାର୍ଯ୍ୟକ୍ରମ କରାଯାଇ ଗୋପ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ଗାଁ ସ୍କୁଲରେ ନ୍ୟାରୋକାଷ୍ଟିଙ୍ଗ ମାଧ୍ୟମରେ ଜସାଧାରଣଙ୍କୁ ନିରନ୍ତର ଭାବେ ସଚେତନତା କରାଯାଇଥିଲା । ଏହି ଭଳିଉଲ୍ଲେଖନୀୟ ପ୍ରୟାସ ଆଜି ଜନସାଧାରଣଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆଣି ପାରିଥିବାରୁ ରେଡିଓ ନମସ୍କାରର ଯୁବ ସାମ୍ବାଦିକା ରୋଜାଲିନ୍ ପ୍ରଧାନଙ୍କୁ ୟୁନିସେଫ୍ ଓ ୟଙ୍ଗଇଣ୍ଡିଆ ତରଫରୁ ସମ୍ମାନିତ କରାଯାଇଛି । ଏଭଳି ସମ୍ମାନର ଅଧିକାରୀ ହୋଇଥିବାରୁ ରୋଜାଲିନ୍ ପ୍ରଧାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଅଛି କିନ୍ତୁ ଏସବୁ ସଫଳତାର ଶ୍ରେୟ ସେ ତାଙ୍କ ସହଯୋଗୀ ଏବଂ ରେଡିଓ ଶ୍ରୋତା ମାନଙ୍କୁ ଦେଇଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts