Breaking News

ପୁରୀ ସହରକୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ପଦକ୍ଷେପ

 ପୁରୀ----- ପୁରୀ ସହରକୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୁରୀ ମ୍ୟୁନିସିପାଲିଟିର ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରାଯାଇଛି । ଏଥି ନିମନ୍ତେ ପାଞ୍ଚୋଗୋଟି ସ୍କା୍ଡ୍  ଗଠନ କରାଯାଇଛି। ଯେଉଁଥିରେ ବନ ବିଭାଗ , ପୋଲିସ୍ ବିଭାଗ ଓ ମ୍ୟୁନିସିପାଲଟି କର୍ମଚାରୀ ଅଛନ୍ତି। ପ୍ରଥମେ  ଏହି ସ୍କାଡ୍ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଓ ହୋଟେଲ ଗୁଡିକୁ ଗସ୍ତ କରି ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଗୁଡିକୁ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଛନ୍ତି । ଏହି ପ୍ଲାଷ୍ଟିକ  ବ୍ୟବହାର  କରିବା ସହ ଏହା ଦ୍ବାରା ଉପୁଜୁଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ପରବର୍ତୀ ସମୟରେ ଖିଲାପକାରୀ ମାନଙ୍କୁ ଜୋରିମାନା ‌କରିବା ପାଇଁ ଚେତାଇ ଦେଇଥିଲେ। ଏହାପରେ ସ୍କାଡ୍ ସମସ୍ତ ଦୋକାନ କୁ ତନଖି କରିବାସହ ବିଭିନ୍ନ ସମୟରେ ପୁରୀର ସମସ୍ତ ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି। ଏହି ଚଢ଼ଉ କରି ଅଦ୍ୟାବଧି ପ୍ରାୟ ୨୬୦ଟି ଦୋକାନରୁ ୯ କୁଇଣ୍ଟାଲ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକୁ ଜବତ୍ କରିବା ସହ ୨,୫୭,୫୫୦ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି।‌ଏହା ଛଡ଼ା ପୁରୀ ମ୍ୟୁନିସିପାଲିଟି‌ ସହର ବାସୀଙ୍କର ସହଯୋଗ କାମନା କରି ପ୍ଲାଷ୍ଟିକ ଗଛିତ କରି ରଖିଥିବା ବ୍ୟବସାୟୀଙ୍କ ସମ୍ପର୍କରେ ସୂଚନା ପାଇଁ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଏହାର ଫଳ ସ୍ବରୂପ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ର ବ୍ୟବହାର ପୁରୀ ସହରରେ କମିବାରେ ଲାଗିଛି ଓ ଲୋକ ଅଧିକରୁ ଅଧିକ ସଚେତନ ହେବାରେ ଲାଗିଛିନ୍ତ ବୋଲି ଅଧିକାରୀ ମାନେ କହିଥିଲେ । 

 J Sehti
puri
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts