କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୧୯ ସଜେଇ ହୋଇଛି କୋଣାର୍କ
କୋଣାର୍କ ----- ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୧୯ ନିମନ୍ତେ ଡିସେମ୍ବର ୧ତାରିଖଠାରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ହୋଇଉଠିବ ଉତ୍ସବ ମୁଖରିତ । ଉତ୍ସବକୁ ସରଶସୁନ୍ଦର କରିବା ପାଇଁ ସରକାରୀ ସ୍ଥରରୁ ବେସରକାରୀ ସ୍ଥରର କର୍ମକର୍ତ୍ତାମାନେ ଲାଗିପଡିଛନ୍ତି । କୋଣାର୍କର ସମଗ୍ର ଅଞ୍ଚଳ ଏବେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ନବବଧୁପରୀ ସଜେଇ ହୋଇଛିି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ପାଇଁ ନିର୍ମିତ ଷ୍ଟଲ ମାନଙ୍କରେ ବାଲୁକା ଶିଳ୍ପୀମାନେ ନିଜ ନିଜ ଷ୍ଟଲରେ କଳାନିପୁଣତାକୁ ପ୍ରଦର୍ଶନ କରିବେ । ଦେଶ ବିଦେଶର ଲକ୍ଷଲକ୍ଷ ପର୍ଯ୍ୟଟକ ବେଲାଭୁମିରେ ଉପସ୍ଥିତ ରହି ବାଲୁକା ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ମନଭରି ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ