Breaking News

ଶ୍ରୀକ୍ଷେତ୍ର ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ


 J Sehti
puri
ପୁରୀ ----- ପୁରୀ ଶ୍ରୀକ୍ଷେତ୍ର ମହୋତ୍ସବ ଆସନ୍ତା ଡ଼ିସେମ୍ବର ୧୬ ତାରିଖରୁ ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ପାଞ୍ଚଦିନ ଧରି ଚାଲିବ। ଏଥିରେ କାଳିକାଦେବୀ,ହରଚଣ୍ଡି , ମାର୍କଣ୍ଡେଶ୍ୱର, କୁଣ୍ଡେଇ ବେଣ୍ଟ, ଦୋଳମଣ୍ଡପ,ଗୈବଢ, ମାଟି ମଣ୍ଡପ, ବାଲିସାହି ଆଦି ୮ ସାହି ଯୋଗଦେବେ। ଚଳିତବର୍ଷ କୁଣ୍ଡେଇ ବେଣ୍ଟ ସାହିର ପଥର ଆଖଡ଼ା ମୁଖ୍ୟ ଭୂମିକା ତୁଲାଇବ । ଉକ୍ତ ମସୋତ୍ସବରେ ପୁରୀର ପାରମ୍ପରିକ ନୃତ୍ୟ ଓ ବୈଭବ ସ୍ଥାନ ପାଇବ। ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ମଧ୍ୟ ନୃତ୍ୟ ପରିବେଷଣ କରିବେ। ଏସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।  ଓଡ଼ିଶାର ଛଉ, ସମ୍ବଲପୁରୀ , ଓଡିଶି,ଦୁଲଦୁଲୀ,ଫୁଜନ ନୃତ୍ୟ ସହ ମଣିପୁରର ଫାକା ଓ ଆସାମର ବିହୁ ସ୍ଥାନ ପାଇବ। କଳା ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନୀତ କରାଯିବ। ଏଥିରେ ମଧ୍ୟ ପ୍ରତି ଆଖଡାକୁ ସତର ହଜାର ପାଞ୍ଚସହ ଟଙ୍କା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏତଦବ୍ୟତୀତ ଉକ୍ତ ପାଞ୍ଚଦିନ ଧରି ଶରଧାବାଲି ଠାରେ ପୁସ୍ତକ ମେଳାର ଆୟୋଜନ କରାଯିବ। ପ୍ରାୟ ୫୦ଟି ଷ୍ଟଲରେ ପୁସ୍ତକ ଉପଲବ୍ଧ ହେବ। ନିରାପତ୍ତା , ଅଗ୍ନିଶମ, ବିଦ୍ୟୁତ,ଅସୁ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ପୈରସଂସ୍ଥା ଅତିରିକ୍ତ ନିର୍ବାହ ଶ୍ରୀ ସରୋଜ କୁମାର ସ୍ଵାଇଁ, ଡିଆଇଜି ଡିଏସପି ଶ୍ରୀ ହେମନ୍ତ କୁମାର ପଣ୍ଡା, ଓରମାସ ସହନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ଦାସ, ପର୍ଯ୍ୟଟନ ସହ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଜେନା, ସଂସ୍କୃତି ଅଧିକାରୀ ଚୈଧୁରୀ ଅରବିନ୍ଦ ଦାସ , ଏଡିଏମ୍ଓ  ଡଃ ବରଦା ଶଙ୍କର ରଥ , ପୂର୍ବତନ ସଂସ୍କୃତି ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସାମନ୍ତରା ବିଭିନ୍ନ ଆଖଡାର ସଭାପତି ସଂପାଦକ ଉପସ୍ଥିତ ଥିଲେ। 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts