Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ନିମାପଡା ଦଳ ବିଜୟୀ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ  ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ  ମଙ୍ଗଳବାର  ଥିଲା ମ୍ୟାଚର ସପ୍ତମ ଦିବସ  । ନିମାପଡା  କ୍ରିକେଟ କ୍ଳବ ସାକ୍ଷୀଗୋପାଳ କ୍ରିକେଟ କ୍ଳବକୁ ୩୯ ରନରେ ହରାଇ ଦୁତୀୟ ପର୍ଯ୍ୟାୟକୁ  ଉନ୍ନୀତ ହୋଇଛି  ।  ନିମାପଡା କ୍ରିକେଟ କ୍ଳବ  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୬ ଓଭରରେ ୯ ଉଇକେଟ ହରାଇ ୮୪ରନ  କରିଥିଲେ ।  ୮୪ ରନ ଲକ୍ଷ୍ୟ ନେଇ ସାକ୍ଷୀଗୋପାଳ କ୍ରିକେଟ ଦଳ ୧୧ ଓଭର  ସମସ୍ତ ଉଇକେଟ  ହରାଇ ୪୫ ରନ ସଂଗ୍ରହ କରିଥିଲେ  । ବିଜୟୀ ଦଳର ରାଧା ମାଧବ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ଗିରିଧାରୀ ସାହାଣି   ଓ ଛବି ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts