Breaking News

ନବଗ୍ରହ ମନ୍ଦିରକୁ ବାଟ ନଖୋଲିଲେ ରାଜରାସ୍ତାକୁ ଓହ୍ଲାଇବେ ପୂଜକ

ପୁରୀ---- ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକରୁ ପାଖରେ ଥିବା ନବଗ୍ରହ ପୀଠକୁ ଏକ ରାସ୍ତା ସଂଲଗ୍ନ ଥିଲା। ଯାହା ଫଳରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟ ମନ୍ଦିର ଦର୍ଶନ କରି ନବଗ୍ରହ ପୀଠରେ ପୂଜା ଓ ହୋମ କରୁଥିଲେ। କିନ୍ତୁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହାକୁ ବେଖାତିର କରି ଦୀର୍ଘ ବର୍ଷ ହେବ ଲୁହା ପାଇପ ସାହାର୍ଯ୍ୟରେ ବାଡ଼ ପକାଇ ବନ୍ଦ କରିଛି। ଯାହା ଫଳରେ ପର୍ଯ୍ୟଟକ ମାନେ ନବଗ୍ରହ କୁ ଯିବା ପାଇଁ ଅସୁବିଧା ହେଉଛି। ଏବଂ ସେମାନେ ନବଗ୍ରହ ନଯାଇ ଫେରି ଯାଉଛନ୍ତି। ଯାହା ଦ୍ୱାରା ନବଗ୍ରହ ଉପରେ ନିର୍ଭର କରି ଚଳୁଥିବା ସେବାୟତ ଓ ପୂଜକ ମାନଙ୍କ ରୋଜଗାର ଉପରେ ସଙ୍କଟ ଆଣିଛି । ଆସନ୍ତା ୨୭ ତାରିଖରେ ଏନେଇ ଉଭୟ ପକ୍ଷଙ୍କୁ ମଧ୍ୟରେ ଆଲୋଚନା ରହିଛି। ଯଦି ଆଲୋଚନାରେ ଏଏସଆଇ କର୍ତ୍ତୃପକ୍ଷ ସେବାୟତଙ୍କ କଥା ନ ଶୁଣେ ବା ଲୁହା ବାଡ଼ ନ ହଟାଏ ତେବେ ସେବାୟତ ଓ ପୂଜକ ମାନେ ମିଳିତ ହୋଇ ଆଇନକୁ ହାତକୁ ନେବାକୁ ପଛେଇବେ ନାହିଁ  ।  ରାଜରାସ୍ତାକୁ ଓଲ୍ହାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 


କୋଣାର୍କ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts