କୋଣାର୍କ ପୁସ୍ତକ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି
କୋଣାର୍କ ----- ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖଠାରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ କୋଣାର୍କ ଉତ୍ସବ-୨୦୧୯ । ଏହି ଅବସରରେ ଚଳିତ ବର୍ଷର ଚତୁର୍ଥ ଥର ପାଇଁ ଅର୍ବାନ ହାଟ ପରିସରରେ ଆୟୋଜିତ ହେବାକୁ ଯାଉଛି କୋଣାର୍କ ପୁସ୍ତକ ମେଳା । ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ ବିଭିନ୍ନ ପୁସ୍ତକ ପ୍ରକାଶକମାନେ ଯୋଗ ଦେବା ସହ ସାହିତ୍ୟ ଚର୍ଚ୍ଚା ଲୁକାଇତ କଳା ସଂସ୍କୃତିର ପୁନ୍ନରଉଦ୍ଧାର ସମ୍ପର୍କରେ ଆଲୋଚନା କରାଯିବ । କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀଙ୍କ ପୌରୋହିତ୍ୟରେ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଆୟୋଜିତ ପ୍ରସ୍ତୁତି ବୈଠକରେ କୋଣାର୍କ ପୁସ୍ତକ ମେଳା କମିଟିର ସଭାପତି ଉମେଶ ଚନ୍ଦ୍ର ସ୍ୱାଇଁ, ରେଡିଓ ନମସ୍କାରର ଅଧ୍ୟକ୍ଷ ତଥା ସମାଜକର୍ମୀ ଏନ.ଏ. ଶାହା ଅନସାରୀ, ସଂଯୋଜକ ସୁବାସ ବରାଳ, ସମାଜସେବୀ ଲିଙ୍ଗରାଜ ନାୟକ, ସମାଜସେବୀ ସଞ୍ଜୁକ୍ତା ତ୍ରିପାଠୀ, ସାମ୍ବାଦିକ ଅଜିତ କୁମାର ମଲ୍ଲିକ, ସଙ୍ଗୀତକାର ଦେବୀପ୍ରସାଦ ପରିଡା, ପ୍ରମୁଖ ଉପସ୍ଥିତ ରହି ପୁସ୍ତକ ମେଳାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାତ୍ର, ସମ୍ପାଦକ ପ୍ରତାପ କୁମାର ରାଉତ ସୁଚନା ଦେଇଛିନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପୁସ୍ତକ ମେଳା ପରିସରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ସୁସ୍ୱାଦୁ ବ୍ୟଞ୍ଜନର ସମ୍ବାର ସହିତ ସ୍ୱାସ୍ଥ୍ୟ, ବ୍ଲଡ ଗୃପ୍ ଓ ଡାଇବେଟିଜି ପରୀକ୍ଷା କରାଯିବ ବୋଲି ଜଣାପଡିଛି ।
ଅଜିତ କୁମାର ମଲିକ
ଅଜିତ କୁମାର ମଲିକ
![]() |
konark |