ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ପାରକେଣା କ୍ରିକେଟ ଦଳ ୨୮ରନରେ ବିଜୟୀ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ ବାର୍ଷିକ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଛି । ପଞ୍ଚମ ଲିଗ ମ୍ୟାଚରେ ପାରକେଣା କ୍ରିକେଟ ଦଳ ୨୮ ରନରେ ନିମାପଡା କ୍ରିକେଟ କ୍ଳବକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି । ପାରକେଣା କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୬ ଓଭରରେ ୬ ଉଇକେଟ ବିନିମୟରେ ୧୫୦ ରନ କରିଥିଲେ । ଜବାବରେ ନିମାପଡା କ୍ରିକେଟ କ୍ଳବ ୧୫ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୧୨୨ ରନ ସଂଗ୍ରହ କରିଥିଲେ । ବିଜୟୀ ଦଳର ପଞ୍ଚନାଥ ପରିଡା ୮୩ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ସୁବାସ ଜେନା ଓ ଭଗବାନ ବେହେରା ଖେଳ ପରିଚାଳନା କରିଥିଲେ । ଆସନ୍ତା କାଲି ଉଛୁପୁର ଓ ମଙ୍ଗଳପୁର କ୍ରିକେଟ କ୍ଳବ ମଧ୍ୟରେ ଲିଗ ମ୍ୟଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି