୧୫ ବର୍ଷର ପୁରୁଣା ଗାଡି ରାସ୍ତାରେ ଗଡିବ; ରହିବ ନିୟମ
ସାକ୍ଷୀଗୋପାଳ--- ଏବେ ଖବର ମିଳିଛି ପୁରୁଣା ଗାଡି ଗଡିବ ,ମାଲିକ ମାନଙ୍କୁ ମିଳିଛି ବଡ ଆଶ୍ୱସ୍ତି । ବନ୍ଦ ହେବନି ୧୫ ବର୍ଷର ପୁରୁଣା ଗାଡି । ରାସ୍ତାରେ ଚାଲିପାରିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ତେବେ ରାସ୍ତାରେ ୧୫ ବର୍ଷରୁ ଅଧିକ ଗାଡି ଚଳାଇବାକୁ ହେଲେ ଗାଡି ମାଲିକଙ୍କୁ ଅନେକ ଗୁଡିଏ ସର୍ତ୍ତ ପାଳନ କରିବାକୁ ହେବ । ରାସ୍ତାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଇବାକୁ ହେଲେ ଆରଟିଓରୁ ଗାଡିର ରେଜିଷ୍ଟ୍ରେସନ ରିନ୍ୟୁ କରିବାକୁ ପଡିବ । ଏହାଛଡା ଗାଡିର ଫିଟନେସ ସାର୍ଟିଫିକେଟ ବୈଧ ଥିବା ଯାଏଁ ଗାଡିର ରେଜିଷ୍ଟ୍ରେସନ ବୈଧ ରହିବ ବୋଲି ସ୍ପଷ୍ଟ କରାଯାଇଛି । ଫିଟନେସ ସାର୍ଟିଫିକେଟକୁ ମଧ୍ୟ ପୁଣିଥରେ ପଞ୍ଜୀକରଣ କରିପାରିବେ ଗାଡି ମାଲିକ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି