ଦେଉଳିରେ ବେସରକାରୀ ବିଦ୍ୟାଳୟର ଶିଶୁ ମହୋତ୍ସବ
ବେଗୁନିଆ---- ବେଗୁନିଆ ଥାନା ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଶିକ୍ଷାବିତ୍ ରାଜକିଶୋର ବ୍ରହ୍ମାଙ୍କ ତତ୍ୱାବଧାନରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଗମଣ୍ଡା ଘନଶ୍ୟାମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ବାବା ଦେବଗୁରୁ ପରମହଂସ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ବ୍ଲକ ସ୍ତରୀୟ ବେସରକାରୀ ବିଦ୍ୟାଳୟ ସମୁହର ସଭାପତି ଲଲାଟେନ୍ଦୁ କେଶରୀ ସିଂହ ପୌରୋହିତ୍ୟ କରିଥିଲେ । ଆୟୋଜିତ ସଭାରେ ରାଜ୍ୟ ଘରୋଇ ବିଦ୍ୟାଳୟର ସଂଘର ସଭାପତି ସତ୍ୟ ନାରାୟଣ ମିଶ୍ର ମୁଖ୍ୟ ଅତିଥି,ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସତ୍ୟ ନାରାୟଣ ରଥ,ମୁଖ୍ୟବକ୍ତା,ଦେଉଳି ରଘୁନାଥ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଧାରଣ ଶିକ୍ଷା ସହ ମାନବୀୟ ଓ ସାମାଜିକ ମୂଲ୍ୟବୋଧ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଘର ଉପସଭାପତି ମହମ୍ମଦ ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ନରେନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ୧୮ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ଅତିଥିମାନେ କୃତୀ ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ବିବେକାନନ୍ଦ ବିଦ୍ୟାଳୟର ସମ୍ପାଦକ ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା