Breaking News

ସମ୍ବାଦ ସାହିତ୍ୟ ଘର’’ ପକ୍ଷରୁ ଶିଶୁ ମନସ୍ତତ୍ୱ ଉପରେ ଆଲୋଚନା ଚକ୍ର

ବେଗୁନିଆ-----ବେଗୁନିଆ  ‘’ସମ୍ବାଦ ସାହିତ୍ୟ ଘର’’ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଆସନ୍ତା  ଡିସେମ୍ବର ୪ ତାରିଖ ବୁଧବାର ପୂର୍ବାହ୍ନ ୧୦ ଘଟିକା ସମୟରେ  ଗେଡିଆପଲ୍ଲୀ ପଞ୍ଚାୟତ  ସାଲତରାସ୍ଥିତ  ଗୁରୁକୁଳ ଶିକ୍ଷା ନିକେତନ ପରିସରରେ  ଶିଶୁ ମନସ୍ତତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ  ଦିବାକର ସାହୁଙ୍କ ଠାରୁ ପ୍ରକାଶ  । ଆନ୍ତଃ ବିଦ୍ୟାଳୟସ୍ତରୀୟ    ‘’ଶିଶୁ ମନର ପରିଭାଷା’’ ଶୀର୍ଷକ  ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞମାନେ ଯୋଗ ଦେବାର ରହିଛି ।  ଏହି କାର୍ଯ୍ୟକ୍ରମରେ  ଅଂଚଳର  ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ  ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବେ  ।  ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ‘’ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯାଗିତା’’  ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଏଥିରେ ସାହିତ୍ୟ ଘରର ସମସ୍ତ କର୍ମକର୍ତ୍ତା/ସଦସ୍ୟ/ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେବା ପାଇଁ  ସମ୍ପାଦକ  ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts