Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ତରବୋଇ ବିଜୟୀ

 ସାକ୍ଷୀଗୋପାଳ ----   ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ  ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ  ଶୁକ୍ରବାର ନବମ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ତରବୋଇ  କ୍ରିକେଟ କ୍ଳବ ସହିତ ଓରତଣ୍ଡା    କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ୫ରନରେ ତରବୋଇ ବିଜୟୀ ହୋଇ  ଦୁତୀୟ ପର୍ଯ୍ୟାୟକୁ  ଉନ୍ନୀତ ହୋଇଛି  । ତରବୋଇ କ୍ରିକେଟ କ୍ଳବ  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୧୬ ଓଭରରେ ୬ ଉଇକେଟ ହରାଇ ୧୫୨ରନ  କରିଥିଲେ ।   ଜବାବରେ ଓରତଣ୍ଡା କ୍ରିକେଟ ଦଳ ୧୬ ଓଭର ୧୪୭ ରନ ସଂଗ୍ରହ କରିଥିଲେ  । ତରବୋଇ ବିଜୟୀ ଦଳର  ଛବିମନ୍ୟୁ ବିଶ୍ୱାଳ ୩୯ ବଲ ଖେଳି ୮୩ ରନ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ଭଗବାନ ବେହେରା ଓ ଗୌରାଙ୍ଗ ଷଣ୍ଢ   ମ୍ୟାଚ ପରିଚାଳନା କରିଥିଲେ  ।  ଆସନ୍ତା କାଲି ତେରହଳ ଓ ବରାଳ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମା ଚର୍ଚ୍ଚିକା କ୍ରିକେଟ ଟିମ ଅଧ୍ୟକ୍ଷଙ୍କ ଠାରୁ ପ୍ରକାଶ  ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts