Breaking News

ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କଲେ ସଚିବ

କୋଣାର୍କ ---- ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଆୟୋଜିତ ହେବ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକାଳକା ପ୍ରଦର୍ଶନୀ-୨୦୧୯ ।  ଏହି ଉତ୍ସବର ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବର ଅଗ୍ରଗତିକୁ ଶୁକ୍ରବାର ଅପରାହ୍ନରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବେ, ପର୍ଯ୍ୟଟନ ଅଧିକାରୀ ରତ୍ତିକାନ୍ତ ପଟ୍ଟନାୟକ, ସହକାରୀ ନିର୍ଦ୍ଧେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କୋଣାର୍କ ମୁକ୍ତାକାଶରଙ୍ଗମଞ୍ଚ ଓ ଚନ୍ଦ୍ରଭାଗା ବେଳାଭୁମିରେ ବାଲୁକା ପ୍ରଦର୍ଶନୀ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚକୁ ଆକର୍ଷଣୀୟ କରିବା ପାଇଁ ଶବ୍ଦ ଓ ଆଲୋକ ସାଜସଜା, ମିଡିଆଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀ, ନୃତ୍ୟଶିଳ୍ପୀଙ୍କ ପାଇଁ ଉଦ୍ଧିଷ୍ଟ ଗ୍ରୀନ୍ରୁମ୍ର ମରାମତି କାର୍ଯ୍ୟକୁ ସଚିବ ଓ ଅଧିକାରୀମାନେ ବୁଲି ଦେଖିଥିଲେ । ରଙ୍ଗମଞ୍ଚ ନିକଟସ୍ଥ ବଡ ବଡ ବୃକ୍ଷମାନଙ୍କରେ ବିଭିନ୍ନ ରଙ୍ଗବେରଙ୍ଗର ଚାନ୍ଦୁଆରେ ଲଗାଯାଇଛି । ଝୋଟି ଚିତାରେ ମୁକ୍ତାକାଶ ରଙ୍ଗମଞ୍ଚକୁ ନବ ବଧୂପରି ବିକେ ଆର୍ଟ କଲେଜର ଛାତ୍ରଛାତ୍ରୀମାନେ ସଜାଉଛନ୍ତି ।  ରଙ୍ଗମଞ୍ଚ ଓ ଗ୍ୟାଲେରିକୁ ସବୁଜ ଓ ଗେରୁଆ ରଙ୍ଗରେ ରଙ୍ଗାୟତ କରାଯାଉଛି  ।
କୋଣାର୍କରୁ ଅଜିତ କୁମାର ମଲିକ
 A Maliki
lonarh

Blog Archive

Popular Posts