ପାଣି ପଞ୍ଚାୟତର କର୍ମକର୍ତ୍ତା ନିର୍ବାଚନ
ପିପିଲି-----ପିପିଲି ଜଳ ସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ଯାଳୟ ପରିସରରେ ୨୫ ଓ ୮ ନମ୍ବର ପାଣି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ଶ୍ରୀ ଶ୍ରୀ ବଜରଙ୍ଗବାଲି ପାଣି ପଞ୍ଚାୟତ ୦୮ନମ୍ଵର ର ସଭାପତି ଭାବେ ଧଡୁ ପ୍ରଧାନ ସମ୍ପାଦକ ଭାବେ ବିଜୟ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷ ଭାବେ ମନୋରଞ୍ଜନ ପରିଡା ଓ ମା ଉତ୍ପାଳକ୍ଷୀ ୨୫ ନମ୍ବର ପାଣି ପଞ୍ଚାୟତ ରେ ସଭାପତି ସଦାଶିବ ଦାଶ ସମ୍ପାଦକ ରଜତ ରଞ୍ଜନ ଦାସ ଓ କୋଷାଧ୍ୟକ୍ଷ ଆଶିଷ କୁମାର ବରାଳ ସହମତିରେ ନିର୍ବାଚିତ ହୋଇଥିବା ପାଣି ପଞ୍ଚାୟତ ସହକାରୀ ନିର୍ବାଚନ ଅଧିକାରୀ ୦୮ ନମ୍ଵର ଜିତୁ କୃର୍ଷ୍ଣ ନନ୍ଦ ଓ ୨୫ ନମ୍ବର ପାଣି ପଞ୍ଚାୟତ ସହକାରୀ ନିର୍ବାଚନ ଅଧିକାରୀ ମାଧବ ଚନ୍ଦ୍ର ଷଡଙ୍ଗି ଘୋଷଣା କରିଛନ୍ତି ।ଏହି ଘୋଷଣା ସମୟରେ ଉପ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର କୋଦମାସିଂ ଏବଂ ଚକ କମିଟି ସଭ୍ଯ କାର୍ଯ୍ଯ ନିର୍ବାହୀ କମିଟି ସଭ୍ଯ ଓ ଚାଷୀମାନେ ପ୍ରମୂଖ ଉପସ୍ଥିତ ଥିଲେ। ନିର୍ବାଚିତ ସଭାପତି ,ସମ୍ପାଦକ ଓ କୋଷାଧ୍ୟକ୍ଷ ମାନଙ୍କୁ ଫୁଲ ତୋଡା ଦିଆଯାଇ ସ୍ବାଗତ କରାଯାଇଛି ।