Breaking News

ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ


ବରଗଡ଼ -------ବରଗଡ଼;ଜିଲ୍ଲାରେ ବେନିୟମ ନିଶା କାରବାର ଖୁଲାମଖୁଲା ଚାଲିଛି । ଦିନକୁ ଦିନ ନିଶା ପାଇଁ ଘଟଣା ପରେ ଘଟଣା ଘଟି ଯାଉଛି । ଅସାମାଜିକ ଘଟଣା ମାନ ବୃଦ୍ଧି ପାଇ  ଶେଷରେ ମର୍ମନ୍ତୁଦ ଘଟଣା ମାନ ଘଟି ଜନ ଜୀବନ ନଷ୍ଟ ହେଉଥିବାର ଜଣାପଡିଛି ।ଯାହାର ଜ୍ୱଳନ୍ତ ଉଦାହରଣ ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଡ଼ଡ଼ଙ୍ଗାପାଲି ଗାଁରେ ଘଟିଯାଇଛି ଏକ   ମଦ ମୃତ୍ୟୁ ଘଟଣା। ସୂଚନାନୁଯାୟୀ ଗାଁର ଲକ୍ଷ୍ମଣ ଭୋଇ (୪୦) ଗତକାଲି ରାତିରେ ମଦ ପିଇ ସ୍ଥାନୀୟ ଖରମୁଣ୍ଡା ଛକରେ ମାତାଲ ହେଇ ବୁଲିବା ସହ ସାଇକଲରୁ ପଡି ଯାଇ ନାକ ଓ ପାଟି ରକ୍ତ ବାହାରୁଥିବାର ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡେ।ଯାହାକି ସେଇ ମଦ ନିଶାର ଦୌରାତ୍ମ ରେ ତାଙ୍କ ମା ତାଙ୍କୁ ଛାଡି ଗାଁରେ ଥିବା ତାଙ୍କ ଝିଅ ଘରେ ଆଶ୍ରୟ ନେଇଥିଲେ । ଲକ୍ଷ୍ମଣ ପ୍ରଥମେ ୨୦୧୮ରେ ତାମିଲନାଡୁ ରେ କାମ କରୁଥିବା ବେଳେ ସେ କାମ ଛାଡି ଦେଇ ନିଜ ଗାଁ ଡ଼ଡ଼ଙ୍ଗାପାଲିକୁ ଆସି ୩/୪ମାସ ହେବ ବାହାହେଇ ଥିଲେ। ହେଲେ ସେଇ ମଦ ପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ଦେଇ ବାପ ଘରକୁ ପଳାଇ ଯାଇଥିଲେ। ମଦ ପାଇଁ ତାଙ୍କର ସଂସାର ଉଜୁଡି ଯାଇଥିଲା। ଯାହା ୨୯ ତାରିଖ ରାତିରେ କେହି ନଥିବା ବେଳେ ଲକ୍ଷ୍ମଣ ମଦ ପିଇ ଦେଇ  ଆସି ଶୋଇଥିଲେ। ଲକ୍ଷ୍ମଣଙ୍କ ଘର କବାଟ ଖୋଲିବା ବିଳମ୍ବ ଦେଖି ସ୍ଥାନୀୟ ଲୋକେ ସକାଳୁ ଲକ୍ଷ୍ମଣ କୁ ଉଠେଇଥିଲେ । ହେଲେ ଲକ୍ଷ୍ମଣ ଉଠି ନଥିଲେ।ଶେଷରେ ଅତାବିରା ପୋଲିସକୁ ଖବର ଦେଇଥିଲେ।  ଖବରପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତର ଖାନାକୁ ପଠାଇ ଦେଇଥିଲେ।ତଦନ୍ତରେ ଥିବା ଅତାବିରା ପୋଲିସ ଅଜିତ ପଧାନ କୌଣସି ଘଟଣା ସମ୍ପର୍କରେ କୌଣସି ସୂଚନା ଦେବାପାଇଁ ମନା କରିବା ସହ ଗଣ ମାଧ୍ୟମକୁ ଏଠୁ ଯାଆନ୍ତୁ ବୋଲି କହିଥିଲେ। ଜଣେ ପୋଲିସ ଅଧିକାରୀ ଗଣ ମାଧ୍ୟମକୁ ଏଭଳି ବ୍ୟବହାର କରିବା ରାଜ୍ୟ ସରକାରଙ୍କ ୫ଟି ମଧ୍ୟରୁ କେଉଁଟା ତାହା ଥାନା ଅଧିକାରୀ ଜଣାଇବା ପାଇଁ ଜନସାଧାରଣ ଙ୍କ ପକ୍ଷରୁ ଦାବି ହୋଇଛି । ଅନ୍ୟ ପକ୍ଷେ ଲକ୍ଷ୍ମଣ କୁ  ହତ୍ୟା ନା କରାଯାଇଛି ନା ବିଷାକ୍ତ ମଦ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ତାହା ଏବେ ଜନସାଧାରଣଙ୍କ ମନରେ ସନ୍ଦେହ ଜାତ ହୋଇଛି । ଯେଉଁଥି ପାଇଁ ତଦନ୍ତକାରୀ ପଧାନ ସୂଚନା ଦେବାପାଇଁ ମନା କରିଛନ୍ତିି ।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts