ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନସ ହାତରେ ପିୁଚୁକୁଳି ଏଆରଆଇ
ବେଗୁନିଆ---- ଉତରାଧିକାରୀ ପ୍ରମାଣପତ୍ର କରାଇଦେବା ପାଇଁ ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ଜଣେ ଦଲାଲ ଖୋର୍ଦ୍ଧା ଦୁର୍ନିତୀ ନିବାରଣ ବିଭାଗ ଦ୍ୱାରା ଧରାପଡିଛନ୍ତି । ଘଟଣାରୁ ପ୍ରକାଶ ଯେ , ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ତାଳତୁମ୍ବ ଗ୍ରାମର ଅକ୍ଷୟ କୁମାର ରାଉତରାୟ ଉତରାଧିକାରୀ ପ୍ରମାଣପତ୍ର ପାଇବା ପାଇଁ ଆବେଦନ କରିଥିଲେ । ପିଚୁକୁଳି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡିଥିଲା । ଦଲାଲ ପ୍ରଫୁଲ ଚନ୍ଦ୍ର ପରିଡା ଓରଫ ସନାତନ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ କୃଷ୍ଣଚନ୍ଦ୍ର ସେଠୀ ପ୍ରମାଣ ପତ୍ର କରିଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ଏ ସମ୍ପର୍କରେ ଅଭିଯୋଗକାରୀ ଶ୍ରୀ ରାଉତରାୟ ଖୋର୍ଦ୍ଧା ଜିଲ୍ଲା ଦୁର୍ନିତୀ ନିବାରଣ ବିଭାଗରେ ଜଣାଇଥିଲେ । ଗୁରୁବାର ପୂର୍ବ ଯୋଜନା ମୁତାବକ ଭିଜିଲାନସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଏଆରଆଇ ଓ ଦଲାଲଙ୍କ ଠାରୁ ଉପରୋକ୍ତ ଟଙ୍କାକୁ ଜବତ କରିଥିଲେ । ପରେ ଉଭୟଙ୍କୁ ଖୋର୍ଦ୍ଧା ନେଇ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚୁରା କରୁଥିବାର ଜଣା ପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା