Breaking News

ପୋଲିସ ପହରାରେ ଅତାବିରାରେ ଖୁଲମ ଖୁଲା ଚାଲିଛି ଘୁଡଘୁଡୁ ଯାତ୍ରା


 N Das
Baragarh
  ବରଗଡ଼-----  ବରଗଡ଼ ଜିଲ୍ଲାର ଅତାବିରା ଏକ କୃଷି ଅଞ୍ଚଳ ଭାବେ ଜଣାଶୁଣା । ଏଥିଯୋଗୁ ବାର ମାସରେ ତେର ପର୍ବ ପାଳିତ ହୁଏ । ମାତ୍ର ଏବେ ନୁତନ ପର୍ବ ଯୋଡ଼ି ହୋଇଛି । ସେ ପର୍ବର ନାମ ଘୁଡଘୁଡୁ । ଲୋକମାନେ ପର୍ବ ପାଳନ କରନ୍ତି ଭାଇଚାରା ଓ ଖୁସି ମନାଇବା ପାଇଁ ।ଏ ଯାତ୍ରା କରାଯାଉଛି ଯୁବକ ମାନେ କୁପଥଗାମୀ ହେବା ପାଇଁ ବୋଲି ଲୋକମାନେ କହନ୍ତି। ବିଶେଷ କରି ଯାନିଯାତ୍ରା ସରିଯିବାରୁ  ଘୁଡଘୁଡୁ  ମାଲିକ ମାନେ ଅତି ଚତୁରତା ସହ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନାମରେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା ବୋଲି ଜଣାପଡ଼ିଛି ।   ବରଗଡ଼ ଜିଲ୍ଲାର ଅତାବିରାରେ ସରକାରୀ ନିୟମକୁ ଉଲଂଘନ କରି  ପୋଲିସ ପ୍ରଶାସନର ଆଢୁଆଳରେ ଜାନିଯାତ୍ରାରେ ଘୁଡଘୁଡୁ ପଟ୍ଟି,ତିର ଖେଳ ହେଉଥିବାର ଅଞ୍ଚଳରେ ନଜିର ରହିଛି । ଏବେ ପୁଣି ଗାଁ ଗଣ୍ଡା ପୁରପଲ୍ଲୀରେ ସ୍ୱତନ୍ତ୍ର ଘୁଡଘୁଡୁ ଯାତ୍ରା ମାନ ଆରମ୍ଭ ହୋଇଛି। ଅଞ୍ଚଳଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ନିରୀହ ଖଟିଖିଆ ଓ ସର୍ବସାଧାରଣ   ଫସି ସର୍ବସାନ୍ତ ହୋଇସାରିଲେଣି। କିନ୍ତୁ ପ୍ରଶାସନର ପକେଟ ଗରମ ସାଙ୍ଗକୁ ଖେଳ ମାଫିଆମାନେ ବେଶ ମାଲାମାଲ ହେଉଛନ୍ତି। ଏଇ ଯାତ୍ରାକୁ ଘୁଡ଼ଘୁଡୁ ପଟ୍ଟୀ ଖେଳାଉ ଥିବା ମାଫିଆ ମାନେ ଗାଁ ଗଣ୍ଡାର କିଛି ଲୋକଙ୍କୁ ମଦ ଓ ଟଙ୍କା ପ୍ରଲୋଭନ ଦେଖାଇବା ସହ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ମୋଟା ଅଙ୍କର ଅର୍ଥ ଦେଇ ଖେଳ ଖେଳାଇ ଅଞ୍ଚଳକୁ ନିମ୍ନଗାମୀ କରିସାରିଲେଣି । ଯାହା ଫଳରେ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଗୁଡିକ ବୃଦ୍ଧି ପାଇ ଜନଜୀବନ ନଷ୍ଟ ହେଉଥିବାର ମଧ୍ୟ ନଜିର ରହିଛି।ଦେଖଯାଉ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉଛନ୍ତି ନା ଏଥିରେ ତାଙ୍କର ବି କିଛି ସ୍ୱାର୍ଥ ରହୁଛି ଆଗାମୀ ଦିନରେ ଜଣାପଡିବ ବୋଲି ଜନସାଧାରଣରେ ଆଲୋଚନା ହେଉଛି।
ବରଗଡ଼ରୁ ନବୀନ ଦାଶ

Blog Archive

Popular Posts