Breaking News

ରାଜ୍ୟ ରେ ଶିକ୍ଷକ ପଦବୀ ଖାଲି ; ଅନ୍ୟ ପକ୍ଷେ ନିଯୁକ୍ତି ପାଇଁ ଦାବି


 N ras
Baragarh 
 ବରଗଡ଼----  ରାଜ୍ୟ ରେ ବିଭିନ୍ନ ବିଦ୍ୟାଳୟରେ ସରକାରଙ୍କ ନିୟମ ଅନୁଯାୟୀ ଶିକ୍ଷକ ନାହାନ୍ତି । ଏପରିକି ପାଞ୍ଚଟି ଶ୍ରେଣୀ କୁ ଜଣେ ଶିକ୍ଷକ । ଅନ୍ୟ ପକ୍ଷେ ଶିକ୍ଷିତ,ଭଦ୍ର ମଣିଷ ଯେତେବେଳେ ଚରମ ଅବହେଳାର ଶିକାର ହୁଏ,ସେତେବେଳେ ସେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହୁଏ। ଆଉ ଏହାର ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ରାଜ୍ୟରେ D.EI.ED,B.E.D ଓ OTET ଯୋଗ୍ୟତାପ୍ରାପ୍ତ ଶିକ୍ଷିତଯୁବକ, ଯୁବତୀ ମାନେ ବିଗତ ଚାରିବର୍ଷ ହେଲା ଶିକ୍ଷା ତାଲିମ  ପାଇ ନିଯୁକ୍ତି ପାଇନାହାନ୍ତି। ତେଣୁ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି। ଉଲ୍ଲେଖନିୟ ବିଷୟ ଯେ,ଏମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ସର୍ବାଧିକ ମାତ୍ରାକୁ ଅତିକ୍ରମ କରିବାକୁ ବସିଲାଣି।ଗୋଟିଏ ପଟେ ବର୍ଷକୁ ପ୍ରାୟ ପନ୍ଦର ହଜାର ଶିକ୍ଷକ ଅବସର ନେଉଥିବାରୁ ରାଜ୍ୟରେ ଲକ୍ଷାଧିକ ଶିକ୍ଷକ ପଦବୀ ଖାଲିପଡ଼ିଛି । ଅନ୍ୟପଟେ ଶିକ୍ଷକ ପଦବୀରେ ଯୋଗ ଦେବାପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କୁ   ରାଜପଥରେ  ଆନ୍ଦୋଳନ କରିବାକୁ ପଡୁଛି।
ଏ ପ୍ରକାର ପରସ୍ପର ବିରୋଧୀ  ପରିସ୍ଥିତି ପରିସ୍ଥିତିକୁ ବେଶ ରୋଚକ କରୁଛି।  ରାଜ୍ୟସରକାର ୫ଟି,ମୋ ସ୍କୁଲ,ମୋ ସରକାର ପରି ଯୋଜନା କରି ଲୋକାଭିମୁଖୀ ସରକାର ଭାବେ ନିଜକୁ ଗଢିତୋଳିବାର ଚେଷ୍ଟାରେ ମସଗୁଲ ଥିବାବେଳେ ବାସ୍ତବ ସ୍ଥିତି ଖୁବ ସଙ୍ଗିନ ହେବାରେ ଲାଗିଛି।  ବିଭିନ୍ନ ଯୋଜନା,କୋଟି କୋଟି ଟଙ୍କା କୌଣସି କାମରେ ଆସିବ ନାହିଁ ‌।  ଯଦି ବିଦ୍ୟାଳୟରେ ଶିକ୍ଷକ ନଥିବେ। ତେଣୁ ରାଜ୍ୟ ସରକାର ଆଶାୟୀ ଶିକ୍ଷକ ମାନଙ୍କୁ ଯଥା ଶୀଘ୍ର ନିଯୁକ୍ତି ଦେଇ ରାଜ୍ୟର ଭୁଶୁଡି ପଡୁଥିବା ଶିକ୍ଷା ବ୍ୟବସ୍ଥାକୁ ଠିକଣା ରାସ୍ତାରେ ଆଣିବାକୁ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।


ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts