 |
Sakhigopal |
ସାକ୍ଷୀଗୋପାଳ----- ଲୋକଙ୍କ ପାଖରେ କିପରି ଆଇନ ପହଞ୍ଚିବ ସେ ନେଇ ରାଜ୍ୟ ସରକାର ଓ ନ୍ୟାୟଳୟ ମାନଙ୍କ ପକ୍ଷରୁ ବିଭିନ୍ନ ଦିନରେ ବିଭିନ୍ନ ସ୍ଥାନରେ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ କରାଯାଉଛି । ଏବେ ବି ଗ୍ରାମଞ୍ଚଳରେ ମହିଳା ଅଛନ୍ତି ସେମାନେ ସେମାନଙ୍କର ମୌଳିକ ଅଧିକାର ସମ୍ପର୍କରେ ଅବଗତ ନୁହନ୍ତି । ସେମାନଙ୍କୁ ଆଇନ ସମ୍ପର୍କରେ ସଚେତନତା କରାଇବା ପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାକ୍ଷୀଗୋପାଳ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚ ପଡିଆରେ ଅନୁଷ୍ଠିତ ଚାରିଦିନିଆ ଆଇନ ସଚେତନତା ଶିବିରକୁ ଜିଲ୍ଲା ଜଜ୍ ବିଦ୍ୟୁତ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଇବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚ୍ଚିବ ଅମରେଶ ମହାପାତ୍ରଙ୍କ ତତ୍ୱବଧାନରେ ଚାରିଦିନ ଧରି ସଚେତନତା ଶିବିର ଅନୁଷ୍ଠିତ ହେଉଛି । ଏହି ଶିବିରରେ ପାରା ଲିଗାଲ ଭଲ୍ୟୁଣ୍ଟର ସନ୍ଦୀପ କୁମାର ବରାଳ, ଶ୍ରୀବସ୍ଥ ରଥ, ସ୍ମୃତିଶ୍ରୀ ମନୋଲିସା ପ୍ରଧାନ, ଚନ୍ଦ୍ର ଶେଖର ମିଶ୍ର, ଦେବାଶିଷ ପହଣ୍ଡି, ଶଙ୍କର ସାହୁ, ସମ୍ବିତ କୁମାର ମହାପାତ୍ର, ସୁମିତ୍ରା ପଣ୍ଡା ଏମାନେ ଦାୟତ୍ୱରେ ରହିଛନ୍ତି । ମେମ୍ବର ସେକ୍ରେଟେରୀ ସାଲାସା ଦେବାଶିଷ ନାୟକ , ଡେପୁଟି ସେକ୍ରେଟାରୀ ଦୀପକ କୁମାର ସାହୁ ଓ ଅତିରିକ୍ତ ସେକ୍ରେଟେରୀ ଜ୍ୟୋତି ରଞ୍ଜନ ଦାସ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରିବା ସହ ଶିବିରର ଆୟୋଜନ କରାଯାଇଥିବାରୁ ବେଶ ଖୁସି ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ବଡବାବୁ ଅଧିକାରୀ ମହାପାତ୍ର ଓ ଗାୟତ୍ରୀ ଆଚାର୍ଯ୍ୟ, ରୋଜାଲିନ , ଗୀତାରାଣି ମହାନ୍ତି, ଅଭିଜିତି ସେନାପତି, ବିଜୟ ଲକ୍ଷ୍ମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଇନଜୀବୀ ଉପେନ୍ଦ୍ର ବିଶ୍ୱାଳ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି