ପତ୍ନୀକୁ ମାରିବାକୁ ଉଦ୍ୟମ ଅଭିଯୋଗରେ ସ୍ୱାମୀ ଗିରଫ
ବେଗୁନିଆ---- ବେଗୁନିଆ ଥାନା ଅଧିନରେ ଥିବା ଧଳାପଥର ଫାଣ୍ଡି ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ସସ୍ମିତା ପ୍ରଧାନ ଗତ ୫ ବର୍ଷ ତଳେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବେଡାଖି ଗ୍ରାମର ଦେବରାଜକ ୁସ୍ୱାଇଁ ଙ୍କୁ ଭଲପାଇ ବିବାହ କରିଥିଲେ । ବିବାହର କିଛିଦିନ ଅନ୍ତେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା । ପରେ ସଶ୍ମିତା ନିଜ ବାପଘରେ ୨ ବର୍ଷ ଧରିରହି ଆସୁଥିଲେ । ଦେବରାଜ ନିଜ ଶ୍ୱଶୁୂର ଘରକୁ ରାତିରେ ଯାଇ ନିଜ ପତ୍ନୀକୁ ମାରିଦେବା ପାଇଁ ଘରେ ନିଆଁ ଲଗାଇ ଦେଇଥିଲେ । ଏ ନେଇ ବେଗୁନିଆ ଥାନାରେ ଏକ କେସ ଦାଏର କରାଯାଇଥିଲା । ସେହିଦିନ ଠାରୁ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଫୋନ କଲକୁ ଟ୍ରାକ କରି ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ଠାରୁ ପ୍ରକାଶ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା