ବିପଦକୁ ଡାକୁଛି ବିଦ୍ୟୁତ ଖୁଣ୍ଟ
ବେଗୁନିଆ----ଖୋର୍ଦ୍ଧା –ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ବଜାର ଉପରେ ଏକ ବିଦ୍ୟୁତ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ସୂଚନା ଯୋଗ୍ୟ ଯେ ରାଜପଥର ପ୍ରସସ୍ତୀକରଣ ଡ୍ରେନ ନିର୍ମାଣ କରାଯାଇଥିବା ବେଳେ ଉଭୟ ପାଶ୍ୱର୍କୁ ଖୋଳାଯାଇ ଥିଲା । ପରେ ତାକୁ ମୋରମ ଦ୍ୱାରା ପୂର୍ଣ୍ଣ କରାଯାଇ ପୋତି ଦିଆ ଯାଇଥିଲା । ଲଘୁଚାପ ବର୍ଷାରେ ମୋରମ ଦବିଯିବା ଫଳରେ ଏକ ଗର୍ତ ସୃଷ୍ଟି ହେବା ସହ ବିଦ୍ୟୁତ ଖୁଣ୍ଟର ଉଭୟ ପାଶ୍ୱର୍ରେ ଥିବା ମାଟି ଦବିଯାଇ ସମ୍ପୂର୍ଣ୍ଣ ପଦାକୁ ବାହାରି ପଡିଛି । ଫଳରେ ଏହି ରାଜପଥ ଦେଇ ପ୍ରତିଦିନ ବହୁ ଭାରୀଯାନ,ଲଘୁଯାନ,ଯାତ୍ରୀବାହୀ ବସ ଓ ପଥଚାରୀ ମାନେ ଯାତାୟତ କରିଥାନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଯୁବକ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଜାଣି ନ ଜାଣିଲା ପରି ରହୁଛନ୍ତି । ଏହି ବିଦ୍ୟୁତ ଖୁଣ୍ଟଟି କେତେବେଳେ ଯେ ବଡ ଅଘଟଣ ଘଟାଇବ ତା କହି ହେଉ ନାହିଁ । ଯଥାଶିଘ୍ର ଏହାର ପ୍ରତିକାର କରାଗଲେ ବଡ ଅଘଟଣକୁ ରୋକା ଯାଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ବେଗୁନିଆରୁ ଯୋଗୋଶ୍ବର ପଣ୍ଡା
ବେଗୁନିଆରୁ ଯୋଗୋଶ୍ବର ପଣ୍ଡା