ସତ୍ୟବାଦୀ ରେ ଗୁରୁଦିବସରେ ଗୁରୁପୂଜନ
ସାକ୍ଷୀଗୋପାଳ ----- ଭାରତୀୟ ସଂସ୍କୃତି ଓ ଗୁରୁ - ଶିଷ୍ଯ ପରମ୍ପରା ଯୁଗଯୁଗ ଧରି ରହିଆସିଛି । ଗୁରୁଙ୍କ ସାନ୍ନିଧ୍ୟ ଆଦର ସ୍ନେହ ନୀତିନିଷ୍ଠାତା ଯୋଗୁ ଛାତ୍ରଛାତ୍ରୀ ମାନେ ପରିମାର୍ଜିତ ହୋଇ ତାଙ୍କର ଜୀବନରେ ସଂପୂର୍ଣ୍ଣ ରୂପାନ୍ତରଣ ସମ୍ଭବ ହୋଇଥାଏ । ଗୁରୁଦିବସ ଅବସରରେ ବିଦ୍ଯାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଗୁରୁପୂଜନ କରିଛନ୍ତି । ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପରିସରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ଛାତ୍ରଛାତ୍ରୀ ମାନେ ଶ୍ରଦ୍ଧା ସୁନା ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତିଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ରଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ମୁଣ୍ଡିଆମାରି ପୂଜା କରିଥିଲେ । ସେହି ପରି ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ , ବଳପୁର ଉଚ୍ଚ ବିଦ୍ଯାଳୟ , ଜୟ ଦୂର୍ଗା ଉଚ୍ଚ ବିଦ୍ଯାଳୟ, ସାକ୍ଷୀଗୋପାଳ ସରସ୍ୱତୀ ବିଦ୍ଯା ମନ୍ଦିର , ଗୁଆଳିଗୋରଡା ଉଚ୍ଚ ବିଦ୍ଯାଳୟ , ପାରକେଣା , କେତକୀ ପାଟଣା , ଗୋପୀନାଥ ଦେବ ଉଚ୍ଚ ବିଦ୍ଯାଳୟ , ତ୍ରୁତୀୟାଦେବ , ରାୟପୁର , ବୀର ଗୋବିନ୍ଦ ପୁର ଉଚ୍ଚ ବିଦ୍ଯାଳୟ ସହିତ ସମସ୍ତ ପ୍ରାଇମେରୀ , ଅପର ପ୍ରାଇମେରୀ, ବିଭିନ୍ନ ବେସରକାରୀ ବିଦ୍ଯାଳୟ ଗୁଡିକରେ ଗୁରୁଦିବସ ପାଳିତ ହୋଇଯାଇଛି । ସାରଙ୍ଗଯୋଡି ମା କ୍ଷେତ୍ରପାଳୀ ମ୍ରୁଦଙ୍ଗ ବାଦ୍ଯ ପରିଷଦ ଓ ମା କ୍ଷେତ୍ରପାଳୀ ଓଡିଶୀ ନ୍ରୁତ୍ଯ ପରିଷଦ ପକ୍ଷରୁ ଗୁରୁପୂଜନ ଅନୁଷ୍ଠିତ ହୋଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୯/୨୦୨୫---୧୦,୪୫ Sakhigopal News,5/9/2025