Breaking News

ମା' ପାଇଁ ଗଛ ଟିଏ, ବନବିଭାଗ ପକ୍ଷରୁ ଚାରା ଯୋଗାଣ


ଭଞ୍ଜନଗର - "ମା' ପାଇଁ ଗଛ ଟିଏ" ଅଭିଯାନ ରେ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ, ସମୁଦାୟ ରାଜ୍ୟରେ ଲାଗିବ ୭୫ ଲକ୍ଷ ଚାରା । ଏହିଦିନ ଭଂଜନଗର ନିର୍ବାଚନ ମଣ୍ଡଳୀର ୬୧ ଟି ପଞ୍ଚାୟତ ରେ ଲାଗିବ, ୩୦ ହଜାର ୫ ଶହ ଚାରା । ଏନେଇ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତକୁ ଚାରା ବଣ୍ଟନ ପ୍ରକ୍ରିୟା ର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ ଆୟୋଜିତ ଚାରା ବିତରଣ କାର୍ଯ୍ୟକ୍ରମକୁ ଭଂଜନଗର ବିଡ଼ିଓ ଭାରତୀ ଦେବୀ ଉଦଘାଟନ କରିଥିଲେ । ବନଖଣ୍ଡିୟ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି,  ପତାକା ଦେଖାଇ ସବୁଜ ରଥ ର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ପଢାଳ ପଞ୍ଚାୟତକୁ ୫୦୦ ଚାରା ପଠାଯାଇଥିଲା ।  ଏହା ସହ ସଂପୃକ୍ତ ଦିନ ବନବିଭାଗ ପକ୍ଷରୁ ମଧ୍ୟ ୩୪ ଟି ସ୍ଥାନରେ ୪୨ ହଜାର ଚାରା, ବନବିଭାଗ ପକ୍ଷରୁ ରୋପଣ କରାଯିବ ବୋଲି ଡିଏଫଓ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏସିଏଫଓ ବିବେକ୍ ଦାସ୍ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ସମସ୍ତ ବନପାଳ, ବନରଖି, ବନସୁରକ୍ଷା କର୍ମଚାରୀ ଏବଂ ବିଭିନ୍ନ ବନସୁରକ୍ଷା ସମିତି ରୁ ଆସିଥିବା ପୁରୁଷ ଓ ମହିଳା ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫---୧୦,୩୫ Sakhigopal News,5/9/2025

Blog Archive

Popular Posts