Breaking News

କ୍ଲଷ୍ଠର ସ୍ତରୀୟ ଶିଶୁ ମହୋତ୍ସବ

ହାଟଡ଼ିହି----- ହାଟଡିହି ବ୍ଲକ ଶାଳଣିଆଁ ନୋଡାଲ ସ୍କୁଲ  ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାଳଣିଆଁ କ୍ଲଷ୍ଟର ଅଧିନସ୍ଥ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।   ସିଆରସିସି ସଂଯୋଜନା କରିଥିଲେ  । ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାଳଣିଆଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶ୍ରୀଧର ବେହେରା, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଯାପନି ଉତ୍ସବରେ ଏବିଇଓ ସୁରଥ କୁମାର ସାହୁ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏକାଗ୍ରତା ହିଁ ଜୀବନକୁ ସଫଳତା ଆଣିଦିଏ ବୋଲି ମତବ୍ୟକ୍ତ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା, ରମେଶ ଚନ୍ଦ୍ର ନାୟକ, ଅଞ୍ଜନାରାଣୀ ବେହେରା, ବ୍ରଜ କିଶୋର ସ୍ୱାଇଁ, ଅନୁସୁୟା ପଣ୍ଡା, ନାରାୟଣ ମୁଖୀ, ରାକେଶ କୁମାର ସାହୁ, ରବିନ୍ଦ୍ର ଦାସ, ପ୍ରଦୀପ ନାୟକ, ସୁଦୀପ୍ତ ଜେନା ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

 ହାଟଡିହିରୁ ବିକାଶ ବିଶ୍ୱାଳ

Blog Archive

Popular Posts