୧୧୩୦ ଲିଟର ରନ୍ଧାମଦ ଜବତ, ୭ଜଣ ଗିରଫ
ଭଞ୍ଜନଗର---ଭଞ୍ଜନଗର ଅବକାରୀ ବିଭାଗ , ଜଗନ୍ନାଥପ୍ରସାଦ ପୁଲିସ ଓ ଜଗନ୍ନାଥପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲିଙ୍କ ଉପସ୍ଥିତରେ ଶୁକ୍ରବାର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଥିବା କିୟାଧାର ଓ ନୂଆଁପଲ୍ଲୀ ଗ୍ରାମରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇଛି । ସେଠାରୁ ୭୪୦ ଓ ୩୯୦ ଶହ ଲିଟର ରନ୍ଧାମଦ ଜବତ କରାଯିବା ସହ ପ୍ରାୟ ୫୭୫୦ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ୭ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ ସୂଚନା ଦେଇଛନ୍ତି I ଜିଲାରେ ମଦମୃତ୍ଯୁ ଘଟଣା ପରେ ଭଞ୍ଜନଗର ଅବକାରୀ ବିଭାଗ ଏସବୁ ଗ୍ରାମରେ ଚଢ଼ାଉ କରିଥିଲେ ।ଏହି ଚଢାଉ ରେ ଅବକାରୀ ଉପ ନିରୀକ୍ଷକ ଅଜିତ୍ କୁମାର ନାୟକ,ଭଞ୍ଜନଗର ଅବକାରୀ ନିରୀକ୍ଷକ ଡମ୍ବୁରୁଧର ହରିଜନ,ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଅରୁଣ କୁମାର ସିଂ,ଭଞ୍ଜନଗର ଅବକାରୀ ଉପନିରୀକ୍ଷକ ଅଲିଭା ମାଝି , ଏଏସଆଇ ଭୁବନୀ ବେହେରା, ସନାତନ ନାହାକ, କୃଷ୍ଣଚନ୍ଦ୍ର ସେଠୀ,ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ଓ ନିରଞ୍ଜନ ବେହେରା ,ସୁବଳ ପ୍ରଧାନ , ଜଗନ୍ନାଥପ୍ରସାଦ ପୁଲିସ ,ବ୍ରହ୍ମପୁର ଓ ଛତ୍ରପୁର ଅଧିକାରୀ ସ୍ବାର୍ଡ କର୍ମଚାରୀ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୯/୨୦୨୪----୯,୧୦ Sakhigopal News,6/9/2024