Breaking News

କାର୍ଯ୍ୟ ଆରମ୍ଭ ହେବା ଆଗରୁ ସମୀକ୍ଷା କଲେ ଜିଲ୍ଲାପାଳ ; ବହୁଶିଘ୍ର କାମ ହେବ ବକୁଳବନ , ସାକ୍ଷୀଗୋପିନାଥ ଦେବଙ୍କ ପ୍ରକଳ୍ପ ଓ ଓଡିଆ ବିଶ୍ୱବିଦ୍ୟାଳୟ


  

ସାକ୍ଷୀଗୋପାଳ---- ସାକ୍ଷୀଗେ।।ପଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲ୍‌ଲାପାଳ ସିର୍ଦ୍ଧାଥ ଶଙ୍କର ସ୍ୱାଇଁ  ତାଙ୍କ ସଙ୍ଗେ ସତ୍ୟବାଦୀର ବିଧାୟକ ଓମ ପ୍ରକାଶ ମିଶ୍ର,  ସତ୍ୟବାଦୀ ତହସିଲଦାର ଆଲେକ କୁମାର ଦେହୁରୀ, ଅତିରିକ୍ତ ତହସିଲଦାର ରାଜେଶ ପିୟଦର୍ଶୀ, ବିଡିଓ ଲିପିସା ରାୟଙ୍କ ସହ ଜଳସେଚନ ବିଭାଗର ଏସଡିଓ ମକର ବେହେରାଙ୍କ ସହିତ  ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଣୁପିୟା ବରାଳ, ଜୟପୁର ସମିତିସଭ୍ୟ ଦୀପକ ଶତପଥୀ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ପ୍ରଥମେ ପୁରୀ ଜିଲ୍ଲାପାଳ ଓ ବିଧାୟକ ଓମ ପ୍ରକାଶ ମିଶ୍ର ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ବିସୟରେ କାଗଜପତ୍ର ଦେଖିବା ସହ ତୁରନ୍ତ  କମିଟି ଗଠନ କରିବା ପାଇଁ ଜିଲ୍ଲାପାଳ ସମ୍ପାଦକଜିତେନ୍ଦୁ ଦାଶଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ସେହିପରି ଯେଉଁ ବ୍ୟବସାୟୀ ମାନେ କାର୍ଯ୍ୟାଳୟ ଠାରୁ ଜମି ଭଡା ସୁତ୍ରରେ ନେଇ କୌଣସି ବେପାର ବଣିଜ କରୁନାହାନ୍ତି କେବଳ ଜାଗାପକାଇ ରଖିଛନ୍ତି ତୁରନ୍ତ ସେମାନଙ୍କୁ ନୋଟିସ କରି ଜମି ଉଚ୍ଚେଦ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ପରିତ୍ୟକ୍ତ ହୋଇ ପଡି ରହିଥିବା ପୋଖରୀ ବୁଲିକି ଦେଖିଥିଲେ ଜିଲ୍ଲାପାଳ ଓ ବିଧାୟକ । ଖାଲି ପଡିଥିବା ଜମିରେ ଏକ ମାର୍କେଟ କମ୍ପେକ୍ସ ନିର୍ମାଣ କରି ରେଳ ଓଭରବ୍ରିଜ ନିର୍ମାଣ ହେଲେ ବ୍ୟବସାୟୀ ମାନଙ୍କୁ ଏଠାରେ ଥଇଥାନ କରାଯିବ ବୋଲି  ବିଧାୟକ ଓମ ପ୍ରକାଶ ମିଶ୍ର କହିଥିଲେ ।  କାର୍ଯ୍ୟାଳୟର ହିସାବ ନୀରିକ୍ଷକ ଜଗତ ଜ୍ୟୋତି ସାହୁ, ସୁରେନ୍ଦ୍ର ଦତ୍ତଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଚନ୍ଦନପୋଖରୀ ଓ ପରିତ୍ୟକ୍ତ ଧର୍ମଶାଳା ଦେଖିବା ସହ ତୁରନ୍ତ ପୁର୍ନଉଦ୍ଦାର କରିବା ପାଇଁ  ସାକ୍ଷୀଗୋପିନାଥ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ନେଇଥିବା ଓବିସିସିର ଅଧିକାରୀ ସୁନ୍ଦର ମାଧବ ପାଢ଼ୀଙ୍କୁ ଜିଲ୍ଲାପାଳ କହିଥିଲେ । ସେହିପରି ମନ୍ଦିର ପାଖରେ ଥିବ ଜମି ଗୁଡିକ ଖାଲି କରିବା ପରେ କାମ ଆରମ୍ଭ ହେବ । ପ୍ରସ୍ତୁତ କରାଯାଇଥିବା ନ୍ନକ୍ସାକୁ କିଛିଟା ପରିବର୍ତ୍ତନ କରିଛନ୍ତି ଜିଲ୍ଲାପାଳ ଓ ବିଧାୟକ । ଜିଲ୍ଲାପାଳ ଓ ବିଧାୟକ ସାକ୍ଷୀଗୋପିନାଥଙ୍କୁ ବାହାରୁ ଦର୍ଶନ କରିଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀ ଓ ସେବାୟତ ସଂଘର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ପରେ ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟରେ ଥିବା ଅସୁବିଧା ସମ୍ପକରେ ଜିଲ୍ଲାପାଳ ଓ ବିଧାୟକ ଦେଖିବା ସହ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଥିଲେ । ବକୁଳବନର ପୁନଃଉଦ୍ଦାର କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ସେଥିପାଇଁ ଏକ ନକ୍ସା ( ଆର, କେ, ଟେଚର) ସ୍ଥପତିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ ବକୁଳବନର ରୂପରେଖ ସମ୍ପୁର୍ଣ୍ଣ ବଦଳିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶେଷରେ ଓଡିଆ ବିଶ୍ୱବିଦ୍ୟାଳୟ ପାୟ ରାଜ୍ୟ ସରକାର ୨୪-୨୫ ବର୍ଷରେ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବିଶ୍ୱିଦ୍ୟାଳୟରେ କାମ ବହୁଶିଗ୍ର କରାଯିବ ବୋଲି ଜିଲ୍ଲାପାଳ କହିବା ସହ ବିଶ୍ୱବିଦ୍ୟାଳୟକୁ ଲାଗିକି ରହିଥିବା ହାଇସ୍କୁଲର ଖେଳ ପଡିଆ ଦେଖି ଜିଲ୍ଲାପାଳ ତୁରନ୍ତ କାମ କରାଯିବ ବୋଲି ଉପସ୍ଥିତ ଥିବା ଜନସାଧାରଣଙ୍କୁ କହିଛନ୍ତି । ବହୁ ଶିଘ୍ର ସାକ୍ଷୀଗୋପାଳର ରୂପରେଖ ବଦଳିବା ସହ  ହସିବ ବୋଲି ବିଧାୟକ ଓମ ପ୍ରକାଶ ମିଶ୍ର କହିଛନ୍ତି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୯/୨୦୨୪---୭,୨୦     Sakhigopal News, 6/9/2024

Blog Archive

Popular Posts