ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ସାକ୍ଷୀଗୋପାଳ ----ଓଡିଶା ସାହିତ୍ୟ ଏକାଡେମୀ ଓ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖାର ମିଳିତ ସହଯୋଗରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜନ୍ମଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଉକ୍ତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଉକ୍ତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ର ସହ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ l ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କବି ତଥା ଲୋକପ୍ରିୟ ନାଟ୍ୟକାର ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡକ୍ଟର ବିରଞ୍ଚି କୁମାର ସାହୁ ଏବଂ ସଭାମୁଖ୍ୟ ଭାବେ ଶିକ୍ଷାବିତ ଶ୍ରୀ ସତ୍ୟବାଦୀ ଦାଶ ଯୋଗଦେଇଥିଲେ l ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସାଧାରଣ ସଚିବ ଶ୍ରୀ ବିଜୟ କୁମାର ପରିଡା ଏବଂ ଶିଶୁ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ ବିଶିଷ୍ଟ ସମାଜସେବୀ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ l ଏହି ଅବସରରେ ସତ୍ୟବାଦୀ ଅଞ୍ଚଳର ଅନେକ କବି ଓ କବୟିତ୍ରୀମାନଙ୍କୁ ନେଇ ଆୟୋଜିତ କବିତା ଅସାରକୁ ପରିଚାଳନା କରିଥିଲେ କବି ଶ୍ରୀ ମାନସ ରଞ୍ଜନ ପଟ୍ଟନାୟକ l ସତ୍ୟବାଦୀର ଜଣେ ସାମ୍ବାଦିକ ଶ୍ରୀ ଧୀରେନ୍ଦ୍ର ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମାଜସେବୀ ଶ୍ରୀ ନବଘନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l
ପ୍ରକାଶ ଥାଉକି ପୂର୍ବାହ୍ନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଅବସରରେ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ସାକ୍ଷୀଗୋପାଳ ବସ ଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖା ସ୍ମୃତି ପୀଠରେ, ପଞ୍ଚସଖାଙ୍କ ସମାଧି ପୀଠରେ, ବକୁଳବନରେ ଏବଂ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଅବସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା l ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ର ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ପଣ୍ଡା, ସେବା ସଚିବ ଦେବରାଜ ନାୟକ, ପର୍ଯ୍ୟାବରଣ ସଚିବ ବିଭୁ ପ୍ରସାଦ ମହାପାତ୍ର, ସଂସ୍କାର ସଚିବ ସୁନୀଲ କୁମାର ବେହେରା, ବିଶ୍ୱଜିତ ଶତପଥୀ, ହୃଷିକେଶ ମିଶ୍ର, ଦିବାକର ମହାପାତ୍ର, ଦିଲ୍ଲୀପ ପାଇକରାୟ, ବନ୍ଦନା ଦାସ, ସଂଯୁକ୍ତା ମିଶ୍ର, ବିଶାଖା ଦେବୀ, ବସନ୍ତ କୁମାର ମିଶ୍ର, ଦୁର୍ଗା ମିଶ୍ର, ଦେବାଶିଷ ମିଶ୍ର ଓ ସଂଗ୍ରାମ ମହାପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ l ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧୦/୨୦୨୫----୯,୩୫ Sakhigopal News,10/10/2025