Breaking News

ଉତ୍କଳ ଦିବସରେ ପୁଣ୍ଯାତ୍ମା ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କାର୍ତ୍ତିକ ପାଣ୍ଡିଆନ



      ସାକ୍ଷୀଗୋପାଳ ---- ଉତ୍କଳ ଦିବସରେ ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ସଂଗ୍ରହାଳୟ ପରିସରରେ ଥିବା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ୫ଟି ଅଧ୍ଯକ୍ଷ ତଥା ନବୀନ ଓଡିଶା ର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହିତ ବିଜେଡି ର ସତ୍ଯବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା, ପଞ୍ଚାୟତ ସିମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ଯକ୍ଷ ପ୍ରେମାନନ୍ଦ ବେହେରା, ପ୍ରହଲାଦ ଘଟୁଆରୀ, ସତ୍ଯବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ,ରାମଚନ୍ଦ୍ର ମହାନ୍ତି,  ପୂର୍ବତନ ବ୍ଳକ  ଉପାଧ୍ୟକ୍ଷ ବିକ୍ରମ ଜେନା, ସରପଞ୍ଚ ଦୁଶାସନ ପ୍ରଧାନ, ଧ୍ରୁବ ଚରଣ ଦାଶ, ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ଅପରାହ୍ନ ୪ଟାରେ ଶ୍ରୀ ପାଣ୍ଡିଆନ ସୁଆଣ୍ଡୋରେ ପହଞ୍ଚି ଥିଲେ  ।  ଦୀର୍ଘ ଦିନର ଲଢେଇ ପରେ ସମଗ୍ର ଦେଶରେ ଭାଷାଭିତିରେ ପ୍ରଥମ ରାଜ୍ଯ ଓଡିଶା ୧୯୩୬ ମସିହା ଆଜିର ଦିନରେ ହୋଇଥିଲା  । ପଣ୍ଡିତ ଗୋପବନ୍ଧୁ ଓ ମଧୁବାବୁଙ୍କ  ଉଦ୍ଯମ ସଫଳ ହୋଇଥିଲା। ଯାହାକୁ ଦେଖିବାକୁ ଉଭୟ ମହାପୁରୁଷ ଜୀବଦ୍ଦଶାରେ ରହିନଥିଲେ  । ଆଗାମୀ ୨୦୩୬ ମସିହା ସୁଦ୍ଧା ଓଡିଶା ଦେଶର ବିକାଶର ଶୀର୍ଷ  ସ୍ଥାନରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି  ଶ୍ରୀ ପାଣ୍ଡିଆନ କହିଥିଲେ।  ଏହି ମହାନ ଲକ୍ଷ୍ଯ କୁ ସାକାର କରିବା ପାଇଁ
  ସମସ୍ତେ ଶପଥ ଗ୍ରହଣ କରିବାକୁ ୫ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ  । ସହସ୍ରାଧିକ ଜନତା ପୁଜ୍ଯ ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  । ସୁଆଣ୍ଡୋ ଗ୍ରାମ ମୁଣ୍ଡରୁ ମିଶନଶକ୍ତି ମହିଳା ଗୋଷ୍ଠୀ, ବିଜେଡି କର୍ମି ହୁଳହୁଳି ଶଙ୍ଖ ବାଦନ କରି କାର୍ତ୍ତିକ ପାଣ୍ଡିଆନ ଙ୍କୁ ପାଛୋଟି ଆଣିଥିଲେ  ।  ସତ୍ଯବାଦୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ମୁଖ୍ଯମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାମ୍ୱାଦିକ ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ଆଲୋଚନା ପ୍ରସଙ୍ଗରେ ୫ଟି ଅଧ୍ଯକ୍ଷ ଘୋଷଣା କରିଥିଲେ  । ସତ୍ଯବାଦୀ ବିକାଶ ପାଇଁ ମୁଁ ସମର୍ପିତ ବୋଲି ସଞ୍ଜୟ ଦାସବର୍ମା କହିଥିଲେ  । ଆଗାମୀ ଦିନରେ ସତ୍ୟବାଦୀ ର ସମସ୍ତ ଉନ୍ନୟନ କାର୍ଯ୍ୟ ୫ଟି ଅଧ୍ୟକ୍ଷ ନେବା ସହ ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆମେ ସମସ୍ତେ ଏକାଠି ହେବାକୁ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଶ୍ରୀ ବର୍ମା ନିବେଦନ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୪/୨୦୨୪----୮,୧୦ Sakhigopal News,2/4/2024

Blog Archive

Popular Posts