Breaking News

ପରିବେଶ ଦିବସରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ପରିବେଶବିତ



ଡେଲାଙ୍ଗ (ଅମୃତ ଦୁନିଆ) ପରିବେଶ ପ୍ରଦୂଷଣ, ଜଳବାୟୁର ଅଚାନକ ପରିବର୍ତ୍ତନ, ପ୍ରକୃତିର ଅସନ୍ତୁଳନ ଅବସ୍ଥା ବିଶ୍ଵ ପରିବେଶ ବିଜ୍ଞାନୀମାନଙ୍କ ପାଇଁ ପ୍ରଚଣ୍ଡ ମୁଣ୍ଡବ୍ୟଥାର କାରଣ ହୋଇଛି । ପ୍ରତିଟି ମଣିଷ  ଏବେଠାରୁ ଉପଲବ୍ଧି ନକଲେ  ଆଗାମୀ ଭବିଷ୍ୟତରେ ପୃଥିବୀକୁ ଘୋର ବିପଦ ମାଡ଼ି ଆସିବା ସହ  ପ୍ରତିଟି ମଣିଷ ଜୀବନ ଦୁର୍ବିସହ ହୋଇପଡିବ ବୋଲି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ, ପରିବେଶବିତ୍, ଆଇନଜୀବୀ ହୃଷିକେଶ ପାଢ଼ୀ ଓ ସଂସ୍କୃତି ପରିବେଶ ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ  ମତବ୍ୟକ୍ତ କରିଥିଲେ । ଶ୍ରୀ ଶ୍ରୀ ରାଧାକାନ୍ତଦେବଙ୍କ ବିଜେସ୍ଥଳୀ ପିଢପାଟଣା ମଠ ପରିସରରେ ଆୟୋଜିତ ସଭାରେ ଶ୍ରୀ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ମଠର ମାତା ସୁମିତ୍ରା ଦାସୀ  ଶ୍ରୀ ପାଢ଼ୀ ଙ୍କୁ ଉପଢୌକନ ଉତ୍ତରୀୟ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ହୃଷିକେଶ ପାଢ଼ୀଙ୍କ ରଚିତ  ପୁସ୍ତକ "ଗଛ ହସିଲେ ଜଗତ ହସେ  ଲୋକାର୍ପିତ ହୋଇଥିଲା। ଶିକ୍ଷକ ଶ୍ରୀ ସାହୁ କହିଥିଲେ  ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିବାକୁ ନିବେଦନ କରିଥିଲେ। ପ୍ଲାଷ୍ଟିକ୍, ପଲିଥିନ୍ ଓ ବିଭିନ୍ନ ଆବର୍ଜନାରୁ ପରିବେଶକୁ ମୁକ୍ତରଖି   ସୁନ୍ଦର ପ୍ରାକୃତିକ ପରିବେଶରେ  ନିଜେ ବଞ୍ଚି ଅନ୍ୟକୁ ସେହିପରି ବଞ୍ଚିବାର ସୁଯୋଗ ଦେବାକୁ ସମସ୍ତେ ଵଦ୍ଧପରିକର ହେବା ବାଞ୍ଛନୀୟ ବୋଲି   ଶିକ୍ଷକ ଶ୍ରୀ ସାହୁ ଓ  କବି ପାଢୀସମସ୍ତଙ୍କୁ ଅନୁରୋଧ  କରିଥିଲେ। ଆଗାମୀ ବର୍ଷା ଦିନରେ  ଖୋଲା ସ୍ଥାନରେ  ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିବାକୁ ଶିକ୍ଷକ ଶ୍ରୀ ସାହୁ ପ୍ରସ୍ତାବ ଦେବାସହ ସଭାରେ ନିବେଦନ ରଖିଥିଲେ। ପୂର୍ବାହ୍ନରେ ଡେଲାଙ୍ଗ ବିଇଓ କାର୍ଯ୍ୟାଳୟ  ସନ୍ନିକଟରେ ଗଛ ରଖି ପରିବେଶ ପାଇଁ ଗଛଟିଏ ବ୍ୟାନରକୁ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁଙ୍କ କରକମଳରେ ଲୋକାର୍ପିତ କରି ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ପରିବେଶ ପ୍ରେମୀ ଶିକ୍ଷକ ଦିଲିପ କୁମାର ନାୟକ, ଭଗବାନ ସାହୁ, ଅର୍ଜୁନ ପୃଷ୍ଟି,  ଫକିର ଦାସ,ଶିକ୍ଷୟିତ୍ରୀ କାବେରୀ ପ୍ରଧାନ,ଅଜିତା ସଙ୍ଗଠନର ସଯୋଜିକା ଶାନ୍ତିଲତା ପାଢ଼ୀ, ସମାଜସେବୀ ଜିତେନ୍ଦ୍ର କୁମାର ପ୍ରଧାନ, ନିରଞ୍ଜନ ସାହୁ, ଭଗବାନ ମ‌‌ହାରଣା, ପୂର୍ଣ୍ଣଚନ୍ଦ୍ର ରାଉତ, ସୋମନାଥ ସେନାପତି,ଯୁବକ ମଳୟ ଜେନା, ସଂଗ୍ରାମ ନାୟକ,ପପୁନ୍ ସାହାଣୀ, ଅଲେଖ ପରିଡ଼ା ,ପୁନା ଜେନାଙ୍କ ସହ ଅନ୍ୟମାନେ ଆଲୋଚନା ଓ ସଭାରେ ଉପସ୍ଥିତ ରହିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୬/୨୦୨୩---୮,୫୫ Sakhigopal News,7/6/2023

Blog Archive

Popular Posts