Breaking News

ବିବାହ ଉତ୍ସବରେ ରକ୍ତ ଦାନ ଶିବିର


 
ବରଗଡ଼---  ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତ ର ମାଲିପାଲି ଗ୍ରାମ ରେ ନରୋତ୍ତମ ଭୋଇ ଓ ତୃପ୍ତୀମୟୀ ଭୋଇ ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ନିଜ ବିବାହ ଉତ୍ସବ ରେ ରକ୍ତ ଦାନ ଶିବିର କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଉଭୟ ନବ ଦମ୍ପତ୍ତି । ଉଭୟେ ମିଶି ରକ୍ତ ଦାନ ଶିବିରର ଫିତା କାଟି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ନିଷ୍ଠା ପରିବାର ଟିମ୍ ମାଲିପାଲି ର ସମସ୍ତ ସଦସ୍ୟ ତଥା ନିଷ୍ଠା ପରିବାର ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ନିଷ୍ଠା ପରିବାର ତରଫରୁ ମାଳିପାଲି ଗ୍ରାମବାସୀ ସମସ୍ତ ରକ୍ତ ଦାତା,ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ନବ ଦମ୍ପତ୍ତି ଙ୍କୁ  ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୩/୨୦୨୩---୧୦,୨୦ Sakhigopal News,12/3/2023

#Nistha Is Not An Organization It's An Emotion of Dedication For Life For Mankind..

#Nistha_Pariwar

Blog Archive

Popular Posts