ଦୁଇ ବାଇକ୍ ମୁହାଁମୁହିଁ ଧକ୍କା :୨ ଗୁରୁତର
ଭଞ୍ଜନଗର -- ଭଞ୍ଜନଗର ଥାନା ଅନ୍ତର୍ଗତ ମେଡିକାଲ ସମ୍ମୁଖରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲ। ଗୋଟିଏ ବାଇକ୍ ରେ ବସିଥିବା ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ ଗ୍ରାମର ଭୋଳାନାଥ ବେହେରା (୩୮) ଏବଂ ସ୍ତ୍ରୀ ଅନୁସାୟା ନାଇକ(୩୫) । ଖବର ନେବାରେ ସ୍ବାମୀ ଭୋଳାନାଥ ଏବଂ ସ୍ତ୍ରୀ ଅନୁସାୟା ଦୁହେଁ ମିଶି ବାଇକ୍ ରେ ଗୁଞ୍ଜିଗାଁ ଗ୍ରାମରୁ ବାହାରି ଭଞ୍ଜନଗର ଅଭିମୁଖେ ଆସୁଥିଲେ । ଭଂଜନଗର ମେଡିକାଲ ସମ୍ମୁଖରେ ତାଙ୍କ ବାଇକ୍ ସହ ଅନ୍ୟ ଏକ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଘଟଣା ସ୍ଥଳରେ ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ କହିବାନୁଯାଇ ଦୁଘର୍ଟଣାରେ ଗୁରୁତର ହେଇଥିବା ଭୋଳାନାଥ ଙ୍କ ବାଇକ୍ ରୁ କିଛି ଗଞ୍ଜେଇ ରହିଥିବାର କୁହାଯାଉଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ଗଞ୍ଜେଇ ଉଧାର କିମ୍ବା ଜବତ ସଂକ୍ରାନ୍ତରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୩----୯,୫୫ Sakhigopal News,12/3/2023