ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ
କନ୍ଧମାଳ-- ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଜି ଉଦୟଗିରି ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ଅନୁଷ୍ଠିତ ବୈଠକରେ ସଭାପତିତ୍ୱ କରିଥିଲେ । ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସମ୍ପାଦକ ପ୍ରିୟବ୍ରତ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା କୋଷଧକ୍ଷ ବଟକୃଷ୍ଣ ଦାସ ସମସ୍ତ ଅତିଥି ଓ ସଭ୍ୟଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ସଭାପତି ରାଧାମୋହନ ମହାପାତ୍ର ମୁଖ୍ୟ ଅତିଥି,ସମ୍ମାନିତ ଅତିଥି, ଏବଂ ସଂଘର ଉପସ୍ଥିତ ସଭ୍ୟଙ୍କୁ ଉତରୀୟ ଦେଇ ସ୍ୱାଗତ ଜଣାଇବା ସହ ସମସ୍ତ ସଭ୍ୟଙ୍କୁ ଆଇଡ଼ି କାର୍ଡ ପ୍ରଦାନ କରିଥିଲେ। ଏହା ସହ ଦୀର୍ଘ ଦିନର ବ୍ୟବଧାନ ପରେ ବୈଠକ ଆୟୋଜନ କରାଯାଇଥିବାରୁ ବିଭିନ୍ନ ସମସ୍ୟା ଓ ସଂଘର ପରିଚାଳନା ସମ୍ପର୍କରେ ସମ୍ୟକ ଦୃଷ୍ଟି ଦେଇଥିଲେ। ସଂଘର ସମସ୍ତ ସଭ୍ୟଙ୍କୁ ନିଜ ନିଜର ମତ ରଖିବାକୁ କହିଥିଲେ। ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ଏବଂ କୋଷାଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ସଙ୍ଘ ପକ୍ଷରୁ କଣ କଣ ଆଜିସୁଧା ପଦକ୍ଷେପ ଗ୍ରହଣ କରାଯାଇପାରିଛି ଏବଂ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ନେଇ ଯେଉଁ ସବୁ ଦାବି ରଖାଯାଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଗାମୀ ମେ' ମାସରେ ଓଡ଼ିଶା ସାମ୍ବାଦିକ ସଙ୍ଘର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଥିଲେ।ତେବେ ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଓଡିଶା ସାମ୍ବାଦିକ ସଂଘର ସଦସ୍ୟ ମାନେ ଯୋଗଦେଇଥିବା ବେଳେ ଶେଷରେ ଜିଲ୍ଲା ଉପ ସଭାପତି ଅନିଲ ଦଳବେହେରା ଅତିଥି, ସମ୍ମାନିତ ଅତିଥି ଓ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୨/୩/୨୦୨୩----୧୦,୨୦ Sakhigopal News,12/3/2023