Breaking News

ଜଙ୍ଗଲ ନିଆଁ ରୋକିବାକୁ କର୍ମଚାରୀଙ୍କ ପ୍ରାଣମୂର୍ଛ୍ଥା ଉଦ୍ୟମ , ନିୟନ୍ତ୍ରଣକୁ ଫେରୁଛି ପରିସ୍ଥିତି





ଭଂଜନଗର - ଗତ ୭ ଦିନ ପୂର୍ବରୁ  ଘୁମୁସର ଜଙ୍ଗଲକୁ ନିଆଁ ଧରିବା ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ଜଙ୍ଗଲ କୁ ଡିଆଁ ମାରିଲା ଜଙ୍ଗଲି-ନିଆଁ । ଚିନ୍ତା ବଢାଇଲା ପରିସ୍ଥିତି । ଅସନ୍ତୁଳିତ ହେଲା ପରିବଶ । ଗାଁ ଠୁ ସହର , ସବୁଠି ଧୂଆଁମୟ ।  ନିଆଁ ର ପ୍ରଭାବରେ ତାତି ବଢିବା ସହ ଧୁଆଁ ରେ ଲୋକଙ୍କ  ଆଖି ପୋଡିବା  ଆରମ୍ଭ ହେଲା । ପ୍ରଭାବିତ ହେଲା ଜନଜୀବନ । ପରିସ୍ଥିତି , ଚିନ୍ତା ବଢାଇଲା ବନ କର୍ମଚାରୀଙ୍କ ର । ନିଆଁ କୁ ଆୟତ୍ତ କରିବା ପାଇଁ ଦିନରାତି ଉଦ୍ୟମ ଆରମ୍ଭ ହେଲା । ଗଂଜାମ ଜିଲ୍ଲା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ର ବିଭିନ୍ନ ଜଙ୍ଗଲ ଓ ପାହାଡ଼ରେ ଚଳିତ ସପ୍ତାହ ଆରମ୍ଭରୁ ନିଆଁ ଲାଗିବା ପରେ ଏଭଳି  ଏବେ ପରିସ୍ଥିତି ଦେଖାଦେଇଛି ।  ଏହି ବନଖଣ୍ଡର ମୁଜାଗଡ ବନାଞ୍ଚଳର ଦୁର୍ଗାପ୍ରସାଦ , ବାଇବାଲି ଓ କଳିଙ୍ଗା ଘାଟି ଜଙ୍ଗଲ ରେ ନିଆଁ ଲାଗିଥିବା ବେଳେ , ତାରାସିଙ୍ଗି ବନାଞ୍ଚଳ ର ବଡଗୁଣ୍ଡୁରିବାଡି , କେନ୍ଦ୍ରୀୟ ବନାଞ୍ଚଳର ରଗଡା , ତିନିଖଣ୍ଡିଆ ଜଙ୍ଗଲରେ ନିଆଁ ଲାଗିଛି । ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡ ବାଲିପଦର ସେକସନ୍ ଅନ୍ତର୍ଗତ କୁମାରଶୁଣି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଜଙ୍ଗଲ ନିଆଁ କୁ ଆୟତ୍ତ କୁ ଆଣିବା ପାଇଁ ପ୍ରାଣମୂଛା ଉଦ୍ୟମ ଚଳାଇଛନ୍ତି ।  ଗୁରୁବାର ସୁଧା ପରିସ୍ଥିତି ସ୍ଥିର ରହିଥିବା ବେଳେ ଆଉ କିଛି ସ୍ଥାନରେ ଧୀରେ ଧୀରେ ନିୟନ୍ତ୍ରଣ କୁ ଆସୁଥିବା ଲକ୍ଷ କରାଯାଇଛି । ଏହି ଜଙ୍ଗଲ ନିଆଁ କୁ ରୋକିବା ଏବଂ ଜଙ୍ଗଲରେ ନିଆଁ ନଲାଗିବା ପାଇଁ ଉତ୍ତର ଘୁମୁସର ବନଖଣ୍ଡ ର ବିଭିନ୍ନ ବନାଞ୍ଚଳରେ ବନାଗ୍ନି ପ୍ରଶମନ ସୁପରିଚାଳନା ପାଇଁ ସଭାସମିତି , ଆୟୋଜନ କରାଯାଇଥିଲା । ଲୋକଙ୍କୁ ସଚେତନ କରାଯାଇଥିଲା । କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ , ଜଙ୍ଗଲ ନିଆଁ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି । ପ୍ରାକୃତିକ କାରଣ ଅପେକ୍ଷା ମନୁଷ୍ୟକୃତ କାରଣ ହିଁ , ଏବେକାର ଜଙ୍ଗଲ ନିଆଁ ର ପ୍ରମୁଖ କାରଣ ବୋଲି ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ କିଛି ଲୋକଙ୍କ ଦ୍ବାରା ହେଉଥିବା ପୋଡୁ-ଚାଷ , ମହୁଲ ସଂଗ୍ରହ ପାଇଁ ଜଙ୍ଗଲ ରେ ନିଆଁ ଲଗାଇବା ବ୍ୟତୀତ ଆଉ ଏକ ପ୍ରମୁଖ କାରଣ ଏବେ ନଜର କୁ ଆସିଛି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଚାଷଜମିର ପାଳ ଓ ପଟୁ କୁ ପୋଡିବା ପାଇଁ ଲଗାଯାଉଥିବା ନିଆଁ , କ୍ରମେ ପାଖ ଜଙ୍ଗଲ କୁ ବ୍ୟାପୁଥିବା ଦେଖାଯାଉଛି । ନିଆଁ କୁ ରୋକିବା ପାଇଁ ଉତ୍ତର ଘୁମୁସର ବନଖଣ୍ଡର,  ବନଖଣ୍ଡୀୟ  ଅଧିକାରୀ ବିଭିନ୍ନ ସ୍ଥାନକୁ କୁ ଯାଇ ଘଟଣା ଅନୁଧ୍ୟାନ କରିବା ସହ ନିଜେ ନିଆଁ ଲିଭାଉଥିବା ଦେଖିବାକୁ ମିଳୁଛି । କିଛି ଅବସରପ୍ରାପ୍ତ କର୍ମଚାରୀ ଏବଂ ସାମାଜିକ କର୍ମୀ ମାନେ ମଧ୍ୟ ନିଜସ୍ଵ ଉଦ୍ୟମ ରେ ବିଭିନ୍ନ ସ୍ଥାନକୁ ଯାଇ , ଜଙ୍ଗଲ ନିଆଁ କୁ ରୋକିବା ପାଇଁ ଲୋକଙ୍କୁ  ସଚେତନ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ କିଛି ବୁଦ୍ଧିଜୀବି ଙ୍କ କହିବା ପ୍ରକାରେ , ଜଙ୍ଗଲରେ ଲାଗିଥିବା ନିଆଁ କୁ ରୋକିବା ପାଇଁ  ଯେତିକି ତତ୍ପରତା ଦେଖାଯାଉଛି । ଏହାକୁ ନେଇ ସେତିକି ଆଲୋଚନା ଓ ସମାଲୋଚନା ମୁଣ୍ଡ ଟେକୁଛି ।  କିଛି ବ୍ୟକ୍ତି ବିଶେଷ , ଜଙ୍ଗଲ ନିଆଁ କୁ ରୋକିବା ପାଇଁ "ଲୁହ କମ୍ , ବେଦନା ବେଶୀ" ନୀତିରେ କେବଳ , ବନ କର୍ମଚାରୀ ଙ୍କୁ ନିନ୍ଦିବାରେ ଲାଗିଛନ୍ତି । ଆଉ କିଛି "ଠକ" କର୍ମଚାରୀଙ୍କ ପାଖରେ ଏହା ବି ଦେଖିବାକୁ ମିଳୁଛି ଯେ , ଜଙ୍ଗଲକୁ ନିଆଁ ଧରିବା ମାତ୍ରେ , ସେମାନେ ସହରୀ ସପିଙ୍ଗ୍ ମଲ୍ ର ଶୀତଳ ଛାଇ ରେ ଦିନ ବିତାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଅଧିକାଂଶ ବନ କର୍ମଚାରୀ , ଦିନ ରୁ ରାତି ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ ଅତି ବିପଦପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି । ଯାହାକି  ଗତ ଦିନରେ  ନିଆଁ ଲିଭାଇବାକୁ ଜଙ୍ଗଲ କୁ ଯାଇଥିବା ଜଣେ କର୍ମଚାରୀ , ସାପ କାମୁଡାରେ ଆହତ ହୋଇଥିବା ଏକ ଉଦାହରଣ  ହୋଇଛି । ବର୍ତମାନ ସମୟରେ ବୁଦ୍ଧିଜୀବୀ ମାନେ ଏହାବି କହୁଛନ୍ତି  ଜଙ୍ଗଲ ନିଆଁ କୁ ରୋକିବା ପାଇଁ କେବଳ ଉପଦେଶ ଏବଂ ସମାଲୋଚନା ଭିତରେ ସୀମିତ ନରହି  ବାସ୍ତବତା ଭିତ୍ତିରେ କାର୍ଯ୍ୟ କରିବା ଆବଶ୍ୟକ ହୋଇଛି । ଜଙ୍ଗଲ ନିଆଁ କୁ ରୋକିବା କେବଳ ବନବିଭାଗ ର ଦାୟିତ୍ଵ ବୋଲି ନଭାବି ନିଆଁ ଲିଭାଇବା କାର୍ଯ୍ୟରେ ସ୍ବେଚ୍ଛାକୃତ ଭାବେ ଜଣେ ଜଣେ ସାମିଲ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ତା' ନହେଲେ ଜଙ୍ଗଲ ନିଆଁ ଆଗକୁ ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ବୋଲି , ପରିବେଶବିତ୍ ମାନେ ଚେତାବନୀ ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୩----୯,୫୦ Sakhigopal News,12/3/2023

Blog Archive

Popular Posts