ପାଞ୍ଚଶହ ବର୍ଷ ର ପରମ୍ପରା .... କୁଲାଡ ର ଐତିହାସିକ ଦୋଳଯାତ୍ରା ଶେଷ
ଭଞ୍ଜନଗର -- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ , କୁଲାଡ ଠାରେ ପାରମ୍ପରିକ ଦୋଳଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯାତ୍ରା କୁ ଶୃଙ୍ଖଳିତ ପରିଚାଳନା ପାଇଁ ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ଓ ଭଂଜନଗର ଥାନାଧିକାରୀ ଧୀରେଶ କୁମାର ଦାଶ ଦାୟିତ୍ଵ ନେଇଥିଲେ । ୫୦୦ ବର୍ଷ ଧରି ପାଳିତ ହୋଇ ଆସୁଥିବା ଘୁମୁସର ର ଏହି ପର୍ବ କୁ ତତ୍କାଳୀନ ଭଞ୍ଜ ବଂଶୀୟ ରାଜାଙ୍କ ସମୟରେ ଏହା ଆରମ୍ଭ ହେଇଥିଲା । କୁଲାଡ ଦୋଳ ଯାତ୍ରା , ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଚଳିତବର୍ଷ ମଧ୍ୟ ଏହି ଦୋଳ ଯାତ୍ରା ୫ଦିନ ଧରି ଆୟୋଜିତ ହୋଇଥିବା ବେଳେ ଶେଷ ଦିନରେ କୁଲାଡ ବଡ଼ଦାଣ୍ଡରେ ଯାତ୍ରାର ଉଦଯାପନ ହୋଇଥିଲା । ଶେଷ ଦିନ ଯାତ୍ରାରେ ଭାରତଲୀଳା ଓ ପ୍ରହ୍ଲାଦ ନାଟକ ଭଳି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦେଳପୂର୍ଣମା ଦିନ ୪ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିରାଟ ପଟୁଆରରେ ଯାତ୍ରା ସ୍ଥଳକୁ ନିଆଯାଇଥିଲା । ପରମ୍ପରା ଅନୁଯାଇ ୪ ଦେବତାକୁ ରାଜଗୁରୁ ଆୟାଙ୍ଗାର ବରଣ କରି ଆଣିଥିଲେ । ଏହାପରେ ସୁରକ୍ଷା ବାହିନୀ ଓ ଗ୍ରାମର ସେବକ ସହଯୋଗରେ ଯାତ୍ରା ସ୍ଥଳରେ ମହାମିଳନ ସହ ଫଗୁ ଖେଳ ଓ ରାଜାଗ୍ନି ର ଆୟୋଜନ ହୋଇଥିଲା । ସେଠାରେ ସମସ୍ତ ଠାକୁରଙ୍କ ପୂଜାର୍ଚ୍ଚନା ପରେ ମଣ୍ଡପ ବିଜେ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ଭି. ରାଜିବ ଲୋଚନ ରାଜୁ , ସମିତିସଭ୍ୟ ପ୍ରତିନିଧି ପି. ରାମହରି ପାତ୍ର, ରାଜସ୍ବ ନିରକ୍ଷୀକ ଙ୍କ ସହ ଗ୍ରାମବାସୀ ଓ ପୋଲିସ ବାହୀନି ସହଯୋଗ କରିଥିଲେ । ଯାତ୍ରା ଦେଖିବାକୁ ଗଂଜାମ ଓ କନ୍ଧମାଳ ଜିଲ୍ଲାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୩----୯,୫୦ Sakhigopal News,12/3/2023