ମୁଜାଗଡ ବନାଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ , କାରଣ ଅସ୍ପଷ୍ଟ
ଭଞ୍ଜନଗର - ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ର ବିଞ୍ଜଗିରି ବିଟ୍ ଗମ୍ଭାରୀଗୋଚ୍ଛା ଗାଁ ନିକଟରେ ଏକ ହାତୀର ମୃତଦେହ କୁ ଠାବ କରିଛି ବନବିଭାଗ । ଗାଁ ନିକଟ ଝିଲିମିଲି ଘାଇ ଠାରେ ଏକ ହାତୀ ମରି ପଡ଼ିଥିଲା । ଯାହାର ବୟସ ପାଖାପାଖି ୧୨ ରୁ ୧୬ ହେବ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ହାତୀ ର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ଘଟଣା ର ଅନୁଧ୍ୟାନ କରିଥିଲେ । କିଛି ଦିନ ହେବ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ସୋମବାର ସକାଳୁ ଏକ ହାତୀ ମରିପଡିଥିବା ଦେଖିବାକୁ ମିଳିଥିଲା ।ଘଟଣା ସ୍ଥଳରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ପହଞ୍ଚିଥିଲେ । ପାରିପାର୍ଶ୍ବିକ ପରିସ୍ଥିତି ରୁ ସନ୍ଦେହ କରାଯାଉଛି ଯେ , ଅସୁସ୍ଥତା କାରଣରୁ ହାତୀ ଟିର ମୃତ୍ୟୁ ହୋଇଥାଇପାରେ । ତଥାପି ପ୍ରକୃତ କାରଣ ତଦନ୍ତ ସାପେକ୍ଷ ହୋଇଛି । ଅପରାହ୍ନ ରେ ଭଂଜନଗର ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏକ ଦୁଇ ଜଣିଆ ଟିମ୍ ପହଞ୍ଚି ହାତୀ ଟିର ବ୍ୟବଛେଦ କରିଥିଲେ । ଘଟଣା ସ୍ଥଳରେ ବନଖଣ୍ଡିୟ ଅଧିକାରୀ ସୁଦର୍ଶନ ବେହେରା ,ସହକାରୀ ବନ ସଂରକ୍ଷଣ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , ବନପାଳ ବଂଶୀଧର ବିଷୋୟୀ ଉପସ୍ଥିତ ରହିଥିଲେ । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁ ଘଟଣା ର ସ୍ପଷ୍ଟ ଚିତ୍ର ଆସିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୩/୨୦୨୩----୮,୫୦ Sakhigopal News,13(3/2023