କବିଙ୍କ ଜନ୍ମପୀଠ କୁଲାଡରେ ଭଞ୍ଜ ଜୟନ୍ତୀ ପାଳିତ
ଭଞ୍ଜନଗର: ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ, ଭୁବନେଶ୍ବର ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ଓ ବାର୍ଡ କୁଲାଡ ମିଳିତ ସହଯୋଗରେ କବିଙ୍କ ଜନ୍ମପୀଠ କୁଲାଡରେ ୩୩ତମ ଦୁଇଦିନ ଧରି ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହକୁ ଓଡିଶା ଭାଷା ପ୍ରତିଷ୍ଠାନର ସଂଯୋଜକ ଅବସର ପ୍ରାପ୍ତ ଓଡିଆ ପ୍ରଫେସର ଡାକ୍ତର ପ୍ରେମାନନ୍ଦ ମହାପାତ୍ର ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦଘାଟନ କରିବା ସହ ଉପେନ୍ଦ୍ର ଭଞ୍ଜଙ୍କ ସାଧନା ଓ ସିଦ୍ଧି ଉପରେ ଆଲୋକ ପାତ କରିଥିଲେ I ନୟାଗଡ ନିକଟସ୍ତ ମାଳୀସାହି ଓ ତେଟେଣIସ୍ଥିତ ରଘୁନାଥ ମଠରେ ସାଧନା କରିବା ଫଳରେ କିପରି ତାଙ୍କର କବିତ୍ଵ ସ୍ମରଣ ଘଟିଥିଲା ତାହା ବର୍ଣନା କରିଥିଲେ I ମୂଖ୍ୟ ବକ୍ତା ଭଞ୍ଜ ସାହିତ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡା. ଅଭିମନ୍ୟୁ ବରାଳ ନିଜ ବକ୍ତବ୍ୟରେ ଭଞ୍ଜ ସାହିତ୍ୟ ନୈଷଧୀୟ ଛଟା ଏବଂ ଭଞ୍ଜ ଙ୍କ ସାହିତ୍ୟରେ ଭୋଗ ଓ ତ୍ୟାଗର ପରକIଷ୍ଟା ବର୍ଣନା କରିଥିଲେ I ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଉପ ସଭାପତି ତଥା ବିଶିଷ୍ଟ ନାଟ୍ୟକାର ଶ୍ରୀ ମନ୍ମଥ ଶତପଥୀ ଘୁମୁସର ଐତିହ ଓ ସଂସ୍କୃତି ପ୍ରାଚୀନ ଓ ବିଖ୍ୟIତ କାବ୍ୟ ସାହିତ୍ୟ କ୍ଷେତ୍ରରେ କବି ଧନଞ୍ଜୟ ଭଞ୍ଜ , ଉପେନ୍ଦ୍ର ଭଞ୍ଜ,କିନ୍ତୁ ତାହାର ଉପଯୁକ୍ତ ପ୍ରଚାର ଓ ପ୍ରସାର କରିବା ମନ୍ଦିର ମାଳିନୀ କୁଲI ଡହର ଦୋଳପର୍ବ, ରଥଯାତ୍ରା, ଶ୍ରୀ ଜଗନ୍ନାଥ ମନ୍ଦିର ପୂର୍ବଭଳି ନୀତିକାନ୍ତ ଓ ପର୍ବପର୍ବାଣି ର ମହକ ଆଉ ଦେଖିବାକୁ ମିଳୁ ନIହିଁ ଓ ଘୁମୁସର ମାଟିର ସ୍ଵାଧୀନ ସଂଗ୍ରାମ କ୍ଷେତ୍ରରେ ବୀର ସନ୍ତାନ ଚକରା ବିଷୋୟୀ ,ଦୋହରା ବିଷୋୟୀ ଓ ଘୁମୁସର ବିପ୍ଲବର ଯୁଦ୍ଧା ବ୍ୟକ୍ତିତଙ୍କୁ ଏପବିତ୍ର ମାଟିରେ ଜନ୍ମ ଦେଇ ଧନ୍ୟ ହୋଇଛି ଏ କାଳଜୟୀ ସାଧକ ଓ ବୀରପୁତ୍ରଙ୍କ ଇତିହାସ ଜାଣିବା ପାଇଁ ଯୁବଗୋଷ୍ଠୀର ଆବଶ୍ୟକତା ସମୟ ଆସି ଯାଇଅଛି ସେ ମତ ରଖିଥିଲେ I ପୂର୍ବତନ ନିର୍ଦେଷକ ଦୂରଦର୍ଶନ ତଥା ବାର୍ଡ ସଭାପତି ଡାକ୍ତର ଶାନ୍ତନୁ କୁମାର ରଥ ଯୋଗ ଦେଇ ୧୯୯୦ ମସିହାରୁ ଭଞ୍ଜ ଜୟନ୍ତୀ ସମାରୋହ ଆରମ୍ଭ ହୋଇ ବର୍ତମାନ ୩୨ବର୍ଷ ବିତିଗଲାଣି । ଏ ମାଧ୍ୟମରେ ସଂIସ୍କୃତିକ ଜାଗରଣ କରାଯାଇ ଅଞ୍ଚଳରେ ସାରସ୍ଵତ କବି ଓ ପୀଠର ବିକାଶ ଜାରିରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ମଞ୍ଚ ପରିଚାଳନ କରିଥିଲେ ଓ ସଭା ଶେଷରେ ବାର୍ଡ ସମ୍ପIଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ I ପୁରୀ ରଘୁରାଜ ପୁର ଦଶଭୁଜା ଗୋଟିପୁଅ ନୃତ୍ୟ, ଆନନ୍ଦ ସଙ୍ଗୀତୟIନ ଶିଶୁ କଳାକାର ଭଞ୍ଜ ସଙ୍ଗୀତ ପରିବେଷଣ, ଘୁମୁସର ଲେଖିକା ସଂଘ ତରଫରୁ ଭଞ୍ଜ କବିତା ପାଠ ,ସମ୍ବଲପୁରୀ ନୃତ୍ୟ ଓ କୁନି କଳାକାର ମାନଙ୍କ ଦ୍ଵାରା ତବଲା ବାଦକ ଏହି କୁଲାଡ ଭଞ୍ଜ ଜୟନ୍ତୀର ମୁଖ୍ୟ ଆକର୍ଷଣ ଥିଲା। ବାର୍ଡ ତରଫରୁ ଗବେଷକ ଅଭିମନ୍ୟୁ ବରାଳଙ୍କୁ ଓ ସ୍ଥାନୀୟ କୃନି ଛାତ୍ରଛାତ୍ରୀଙ୍କୁ ମIନପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୩---୯,୪୦ Sakhigopal News,12/3/2023