୮୫ ଗ୍ରାମ ଧଳାଜହର ଜବତ, ଯୁବକ ଗିରଫ
ପୁରୀ---- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ଗୋରୁଆଳ ଚାରିଛକରେ ଚଢ଼ାଉ କରିଥିଲେ। ସେଠାରୁ ଜଣେ ଆସାମୀଙ୍କୁ ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି। ଗିରଫ ଯୁବକ ହେଲେ ପ୍ରଭାତ ବରାଳ, ବୟସ-25
ଗାଁ-ଗୋରୁଆଳ ନୂଆପଟଣା,ଥାନା-ସଦର
ଜିଲ୍ଲା-ପୁରୀ ତାଙ୍କ ପାଖରୁ 85 ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ KTM Bike ଯାହାର Regd No- OD 33 P 8874 ଜବତ କରିଛନ୍ତି । ସାତପଡ଼ା ଅବକାରୀ ଥାନା କେସ ନଂ-153/22-23 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ 8,50,000 ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ବିଭାଗର ସଂଜିପ ହସ୍ତୀ, ପ୍ରବୀନ ବିରାଜ କିରୋ, ଜ୍ୟୋତିସ୍ମିତା,ପ୍ରଦୀପ୍ତ କୁମାର ପଣ୍ଡା, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୩/୨୦୨୩