ଶୀକାର କରିବାକୁ ଯାଇ ହଟହଟା ହେଲେ ଶିକାରୀ
କନ୍ଧମାଳ---- ଜଙ୍ଗଲି କୁକୁଡ଼ା ଶୀକାର ସମୟରେ ଭାଲୁ ହାବୁଡ଼ରେ ପଡିଲେ ନିଜେ ଶିକାରୀ l ଭାଲୁ ଠାରୁ ବର୍ତ୍ତିବା ପାଇଁ ଉଦ୍ୟମ ବେଳେ ନିଜେ ଧରିଥିବା ଦେଶୀ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀ ଗୁରୁତର l ଘଟଣା ଘଟିଛି ବାଲିଗୁଡା ଥାନା ରେବୀଙ୍ଗିଆ ପଂଚାୟତ ର ଦୁଲୀକିଆ ଗାଁ ରେ l ଦୁଲିକିଆ ଗାଁ ର ମିଥୁନ ଦିଗାଲ ଜଙ୍ଗଲ କୁ ଜଙ୍ଗଲି କୁକୁଡ଼ା ଶୀକାର କରିବାକୁ ଯାଇଥିଲେ l କୁକୁଡ଼ା କୁ ଲକ୍ଷ୍ୟଭେଦ କରୁଥିବା ସମୟରେ ଏକ ଭାଲୁ ମିଥୁନ ଙ୍କୁ ଆକ୍ରମଣ କରିବାକୁ ଗୋଡ଼େଇଥିଲା l ଏହି ସମୟରେ ମିଥୁନ ବଞ୍ଚିବା ପାଇଁ ଦୌଡ଼ି ପଳେଇବା ସମୟରେ ପଡିଯାଇଥିଲେ l ପରେ ନିଜ ଦେଶୀ ବନ୍ଧୁକ ରୁ ଗୁଳି ଫୁଟିଥିଲା ଓ ଜଙ୍ଘ ରେ ବାଜିଥିଲା l ଗୁରୁତର ଅବସ୍ଥାରେ ମିଥୁନ ଙ୍କୁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯାଇଛି l ବର୍ତମାନ ମିଥୁନ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଅଙ୍କିତ କୁମାର ଗିରି l ତେବେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମିଥୁନ ଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଲିଗୁଡା ପୋଲିସ ଘଟଣା ର ତଦନ୍ତ କରୁଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୩/୩/୨୦୨୩---୯,୪୫ Sakhigopal News,13/3/2023