Breaking News

ଜଙ୍ଗଲରେ ନିଆଁର ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଜନ ସଚେତନତା



କନ୍ଧମାଳ---- ଜଙ୍ଗଲ ର ନିଆଁକୁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ l ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ବାଲିଗୁଡା  ବନାଞ୍ଚଳ ଅଧିକାରୀ  ଉଦିତ କୁମାର ପ୍ରଧାନ ,ଡେପୁଟି ରେଞ୍ଜର ବି ସୁବାଷ ଚନ୍ଦ୍ର ପାତ୍ର ,ବନ ପାଳ ଗିରୀଶ ଚନ୍ଦ୍ର ସାହୁ ଏବଂ ବନପାଳ ଟିକେଶ୍ୱର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଖମନଖୋଲ ସେକ୍ସନର ଲଣ୍ଡାଗାଁ ଏବଂ ପୋଖରୀବନ୍ଧ ସେକ୍ସନର ସୁଡ୍ରା  ଗ୍ରାମପଞ୍ଚାୟତ ରେ ପୋଡୁଚାଷ ରୁ ନିବୃତ ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ  ସ୍ଥାନୀୟ ଲୋକ ପ୍ରତିନିଧି  ଉପସ୍ଥିତ ରହି  ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି  ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ବନରକ୍ଷୀ  ରଜନୀକାନ୍ତ ବେହେରା, ଆଶିଷ କୁମାର ବେହେରା ଏବଂ ପୋଖରୀବନ୍ଧ ସେକ୍ସନ ରୁ ବନରକ୍ଷୀ ସୁଜାତା ସାହୁ, ସନ୍ଦୀପ ଦାସ ଯୋଗ ଦେଇ ଥିଲେ l ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ  ଗୀତ ନୃତ୍ୟ  ଅଭିନୟ ମାଧ୍ୟମ ରେ ଜଙ୍ଗଲ ନିଆଁ , ପୋଡୁଚାଷ ଜୀବଜନ୍ତୁ ଶିକାର ରୁ ନିବୃତ ରହି ଜଙ୍ଗଲ ସୁରକ୍ଷା ଓ଼ ବୃକ୍ଷ ରୋପଣ ପାଇଁ ସଚେତନ କରିଥିଲେ l ଗ୍ରାମବାସୀ ମାନେ ବନବିଭାଗ ର ଏହି ସଚେତନଧର୍ମୀ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଅନେକ କିଛି ଶିକ୍ଷା ଅର୍ଜନ କରିଥିଲେ। ଏବଂ ଆଗକୁ ସଚେତନ ହେବୁ ବୋଲି ଗ୍ରାମବାସୀ ମାନେ ମଚ ପ୍ରକାଶ କରିଥିଲେ lକାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ,ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ଏକ ରାଲିରେ ବାହାରି ହାତରେ ବିଭିନ୍ନ ଲେଖା ଥିବା ପ୍ଲାକାର୍ଡଧରି ଜଙ୍ଗଲ ସୁରକ୍ଷା ପାଇଁ ସ୍ଲୋଗାନ ମାନଦେଇ ଗାଁ ପରିକ୍ରମା କରିଥିଲେ l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୩/୨୦୨୩----୯,୩୫ Sakhigopal News,6/3/2023

Blog Archive

Popular Posts