ଦଶଦୋଳ ମେଳଣ ପାଇଁ ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ
ଜଟଣୀ : ----ଜଟଣୀ ପୌର ପରିଷଦ ଅଧୀନ କୁଦିଆରୀ ଗ୍ରାମରେ ଆସନ୍ତା 17 ତାରିଖରୁ 41 ତମ ଦଶଦୋଳ ମେଳଣ ଅନୁଷ୍ଠିତ ହେବ। ଆଜି ମେଳଣ ପଡିଆ ଠାରେ ଶ୍ରୀ ପତିତପାବନ ଓ ଚନ୍ଦ୍ରଶେଖର ଦେବ ମେଳଣ ପରିଚାଳନା କମିଟି, କୁଦିଆରୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମେଳଣ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଅନୁଷ୍ଠାନର ସଭାପତି ସୁଦର୍ଶନ ସୁନ୍ଦରାୟଙ୍କ ତତ୍ୱାବଧାନରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା | କମିଟି ସୂଚନା ମୁତାବକ ଆସନ୍ତା 17 ତାରିଖରେ ଜମାଣ ଉତ୍ସବ ଓ 20 ରିଖରେ ମେଳଣ ଉତ୍ସବ କରାଯିବ ଏବଂ ଅତିରିକ୍ତ ଦୁଇଦିନ ଅର୍ଥାତ 22 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବ |ତେବେ ଏହି ଦଶ ଦୋଳ ମେଳଣ ଜମାଣ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ ର ସୁନାମ ଧନ୍ୟ ସଂଗୀତ କାର ବାବୁଲ ସୁପ୍ରିୟ ଓ ତାଙ୍କ ଗ୍ରୁପ ରାତି 8ଟା ରୁ 9ଟା ପର୍ଯ୍ୟନ୍ତ ସଂଗୀତ ପରିବେଷଣ କରିବେ | ରାତି 9ଟା ପରେ ଓଡ଼ିଶାର ଖ୍ୟାତନାମା ଗାୟିକା ଅସୀମା ପଣ୍ଡା ସଂଗୀତ ପରିବେଷଣ କରିବେ | ରାତି 12 ଟା ପରେ ଆଖପାଖର 40 ଟି ଗାଁରୁ ଠାକୁର ମାନେ ଦୋଳ ବିମାନରେ ଆସି ମେଳଣ ପଡିଆରେ ପହଞ୍ଚିବେ | ପରେ ମୁମ୍ବାଇ ରୁ ଆସିଥିବା 50 ଜଣିଆ ଢୋଲ ବାଦ୍ୟ ଗ୍ରୁପ, ବିଶାଖାପାଟଣା ର କାଳୀ ନୃତ୍ୟ, ସମ୍ବଲପୁରୀ ବାଜା ଏବଂ ବିଶାଳ ଶିବ ମୂର୍ତ୍ତି କୁ ନେଇ ଏକ ବିରାଟ ଶୋଭାଯାତ୍ରା ଜମାଣ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବ | ରାତି 1 ଟା ପରେ ଆତସବାଜୀ ପ୍ରଦର୍ଶନ କରାଯିବ | ସେହିଭଳି 18,19,20 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ | 20 ତାରିଖରେ ଦିଅଁ ମେଳଣ ଅନୁଷ୍ଠିତ ହେବ | 21 ତାରିଖ ଏବଂ 22 ତାରିଖରେ ସାଇକୃପା ସଂସଦ ଆନୁକୂଲ୍ୟରେ ମୁକ୍ତାକାଶ ଡ୍ରାମା ପରିବେଷଣ କରାଯିବ | ଆଜିର ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଲୁଫେନ ରାୟ, ଶଶାଙ୍କ ଶେଖର ରାୟ, ହରପ୍ରସାଦ ପ୍ରଧାନ, କୈଳାଶ ମହାପାତ୍ର, ପୌରାଧକ୍ଷ ଅନନ୍ତ ବେହେରା, ନିର୍ମଳ ମଙ୍ଗରାଜ, ଲୁସେନ ରାୟ ପ୍ରମୁଖ ଉପସ୍ଥିତ ଥିଲେ | ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୩/୨୦୨୩----୯,୧୦ Sakhigopal News,12/3/2023