Breaking News

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷ|





ଜଟଣୀ --- 8 ମାର୍ଚ୍ଚ 2023 ରେ ପାଳନ କରାଯିବାକୁ ଥିବା “ଆନ୍ତର୍ଜାତୀୟ ମହିଳା ଦିବସ” ଉପଲକ୍ଷେ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ,  ଖୋର୍ଦ୍ଧା ରୋଡ ଦ୍ଵାରା ଡିଭିଜନାଲ ରେଲୱେ ହସ୍ପିଟାଲରେ ମହିଳା କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଥିଲା | ଖୋର୍ଦ୍ଧା ରୋଡ ମଣ୍ଡଳର 75 ମହିଳା କର୍ମଚାରୀଙ୍କୁ “ପାପ୍ ସ୍ମିଅର ଟେଷ୍ଟ” କରାଯାଇଥିଲା। ପାପ୍ ସ୍ମିଅର ଟେଷ୍ଟ ମହିଳା ମାନଙ୍କ ଠାରେ “ଗର୍ଭାଶୟ କର୍କଟ” ର ଶୀଘ୍ର ଚିହ୍ନଟ କରିବାରେ ଏବଂ ଶୀଘ୍ର ଚିକିତ୍ସା ପାଇଁ ଅଧିକ ସୁଯୋଗ ଦେଇଥାଏ l ସ୍ୱାସ୍ଥ୍ୟ ଚେକଅପ୍ କାର୍ଯ୍ୟକ୍ରମକୁ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ ଅଲ୍ଟିମେଟ ହସ୍ପିଟାଲର ଦୁଇଜଣ ବିଶିଷ୍ଟ ଡାକ୍ତର, ଡକ୍ଟର ପ୍ରିୟା ପ୍ରିୟଦର୍ଶିନୀ, ମେଡିକାଲ ଅଙ୍କୋଲୋଜିଷ୍ଟ ଏବଂ ଡକ୍ଟର ଚିରା ରଂଜନ ଖଡଙ୍ଗା, ରେଡିଏସନ୍ ଅଙ୍କୋଲୋଜିଷ୍ଟ, ଗର୍ଭାଶୟ କର୍କଟ ରୋଗ ଏବଂ ବିଭିନ୍ନ ପ୍ରକାରର କର୍କଟ ରୋଗ ବିଷୟରେ ମତ  ପ୍ରଦାନ କରିଥିଲେ। ପରେ ଖୋର୍ଦ୍ଧା ରୋଡ ମଣ୍ଡଳର ସ୍ୱୀକୃତିପ୍ରାପ୍ତ ଟ୍ରେଡ ୟୁନିଅନ ଦ୍ୱାରା ଆୟୋଜିତ ରକ୍ତ ଦାନ ଶିବିର ଏବଂ ହାଡର ଘନତା ପରୀକ୍ଷଣରେ,  ପୂର୍ବତଟ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧା ରୋଡ଼ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ସଚିବ ଶ୍ରୀମତି ପଲ୍ଲଭି ଚୌହାନ ଏବଂ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୩/୨୦୨୩----୯,୧୦ Sakhigopal News,6/3/2023

Blog Archive

Popular Posts