Breaking News

ଜମିଲା ହରିରାଜପୁର ପଞ୍ଛୁଦୋଳ ମେଳଣ ; ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ କମ୍ପିଲା

 

 


ଡେଲାଙ୍ଗ -----  ହରିରାଜପୁର ମେଳଣରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ।  ପୁରୀ ଜିଲାର ଡେଲାଙ୍ଗ ବ୍ଳକର ହରିରାଜପୁର ବାଣ ଓ ଦୋଳ ମେଳଣ ପାଇଁ ଖ୍ୟାତି ଅର୍ଜନ କରିଛି । କଥାରେ ଅଛି ରୂପଦେଇପୁର ନାଗା, ଘୋରଡିଆ ତଗା, ବଳଙ୍ଗା ଦୋଳ ଓ ହରିରାଜପୁର ବାଣ ପ୍ରାଇଁ ପ୍ରସିଦ୍ଦ । ଓଡିଶା ପ୍ରସିଦ୍ଦ ହରିରାଜପୁର ପଞ୍ଚୁଦୋଳ ମେଳଣ ରବିବାର  ରାତ୍ରିରୁ ଆରମ୍ଭ ହୋଇଛି । ଏହି ମେଳଣ ରବିବାର ରାତିରୁ ଜମି ଗୁରୁବାର ରାତିରେ ଶେଷ  ହେବ । ସେହିପରି ଏହି ମେଳଣର ଅନ୍ୟ ମୁଖ୍ୟ ଆକର୍ଷଣ ହେଉଛି ହରିହରଭେଟ । ମେଳଣ ଶେଷ ଦିନ ହରିହରଭେଟ ଦେଖିବା ପାଇଁ ମେଳଣ ପଡିଆରେ ହଜାର ହଜାର ଲୋକଙ୍କ ଗହଳି ଲାଗିଥାଏ । ଶେଷ ଦିନକୁ ସ୍ଥାନୀୟ ଲୋକମାନେ ଦିଅୃ ମେଳଣ ବୋଲି କହିଥାନ୍ତି । ସେହିଦିନ ଠାକୁରଙ୍କୁ ଫଗୁ ପକାଇ ନିଜର ମାନସିକ ପୂର୍ଣ୍ଣ ପାଇଁ ଠାକୁରଙ୍କୁ ନିବେଦନ କରିଥାନ୍ତି ।  ମେଳଣର ସ୍ଥାନାଧିପତି ପ୍ରଭୁ ପଶ୍ଚମିାଶମ୍ଭୁ ସେମାନାଥ ଦେବ, ପ୍ରଭୁ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କ ସହ ମିଶି ଏକ ସୁସଜ୍ଜିତ ବିମାନରେ ବିରାଟ ବର୍ଣ୍ଣାଢ଼୍ୟ ଶୋଭଯାତ୍ରାରେ ମେଳଣ ପଡିଆକୁ ପ୍ରବେଶ କରିଥିଲେ । ହରିରାଜପୁର ପାଖ ଗ୍ରାମର ବୁଢାପଦାର ସୋମନାଥଦେବ, ଛଣଘରର ଗତିଶ୍ୱେରଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବଏହି ମେଳଣରେ ଅଂଶଗ୍ରହଣ କରିଥାନ୍ତି ।  ମେଳଣର ମୁଖ୍ୟ ଆର୍କଷଣ ହୋଉଛି ଗୋପାଳଜୀଉ ଓ ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସୁସଜ୍ଜିତ ବିମାନ ସହିତ ସଲଟନ ଓ ଆତସବାଜି ପ୍ରଦର୍ଶନ ମୁଖଞ ଆର୍କଷଶ ସାଜିଥାଏ । ମେଳଣ ପଡିଆ ଭିତରେ ମେଳଣ ପରିଚାଳନା ପରିଷଦ , ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥକ୍ଳବ, ପଶ୍ଚିମାଶମ୍ଭୁ ପଞ୍ଚୁଦୋଳ କ୍ଳବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଳବ ଓ ହରିରାଜପୁର ଗ୍ରାମ ବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ମନ୍ଦିର ନିକଟରୁ ମେଳଣ ପଡିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡପ ନିର୍ମାଣ କରାଯାଇ ବିଭିନ୍ନ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମେଳଣ ପଡିଆକୁ  ରଙ୍ଗବେରଙ୍ଗର ଆଲେକମାଳା ଓ ଚିତାକର୍ଷକ ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା । ପଡିଆରେ ଏବର୍ଷ ଛୋଟ ବଡ ପ୍ରାୟ ୧୫୦୦ ଟି ଉଠାଦେକାନୀ ପସରା ଖୋଲିଥିଲା । ମେଳଣ ପଡିଆ ମଧ୍ୟରେ ଓରମାସ ପକ୍ଷରୁ ପଲ୍ଳୀଶ୍ରିୀରେ  ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ  ସହ ବିଭିନ୍ନ ମହିଳା ସଂଘପକ୍ଷରୁ ଷ୍ଟଲ ଖୋଲାଯାଇଛି । ମେଳଣକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ସୁବିଧା ନିମନ୍ତେ ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା , ସୂଚନା କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ସହିତ ଜରୁରୀକାଳୀନ ପାଇଁ ୧୦୮ ଆମ୍ବୁଲାନ୍‌ସର ସୁବିଧା କରାଯାଇଛି । ମେଳଣରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେତକ ଯୁବକ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏବଂ ଅସମାଜିକ ଯୁବକ ମାନଙ୍କ ପ୍ରତି ନର୍ଜର ରଖିବା ସହ ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତି ମାନଙ୍କୁ ଉଧାର କରିବା ପାଇଁ କମିଟି ସଂପୁର୍ଣ୍ଣ ଭାବରେ ପ୍ରଶାସନକୁ ସହଯୋଗ କରିଥିଲା । ମେଳଣରେ ବିଭିନ୍ନ ଜିଲାରୁ ପ୍ରାୟ ୫ରୁ ୭ ଲକ୍ଷ ଶ୍ରଦ୍ଦାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ପୁରୀ ଏସପିଙ୍କ ନିର୍ଦ୍ଦେଶରେ  ପିପିଲି ଏସଡିପିଓ ଦେବଦତ୍ତ ବରାଳ  ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମହାନ୍ତି  ଙ୍କ ସହିତ ୩୦ ପୁଲିସ ଅଧିକାରୀ ଓ ୫ପ୍ଳାଟୁନ ପୋଲିସ  ଫୋର୍ସ ୮୦ ଜଣ ହେମଗାର୍ଡ ସହିତ ୫୦ ଜଣ କନେଷ୍ଟବଳ ମୁତୟନ କରାଯାଇଛି ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।  ଡେଲାଙ୍ଗ ତହସିଲଦାର ନିବେଦିତା ପରିଡା, ଡେଲାଙ୍ଗ ବିଡିଓ ଲାବେଣ୍ୟନ୍ଦେୁ ମହାନ୍ତି  ଓ ଡେଲାଙ୍ଗର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ  ମାଜିଷ୍ଠ୍ରେଟ ଭାବେଦାୟତ୍ୱ ତୁଲାଇଛନ୍ତି ।  ସେହିପରି ଏହି ମେଳଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମର ଓଡିଆ ଅନୁଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ହରିରାଜପୁର  ମହେତ୍ସବ ଅନୁଷ୍ଠିତ ହୋଇଛି ।  ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା  ବାସନ୍ତୀ ସାହୁ ଓ ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ,  ଜିଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ  , ସ୍ଥାନୀୟ ସରପଞ୍ଚ ରୀନାରାଣି ରାଉତରାୟ ପ୍ରମୁଖ  ଓଡିଆ ଅନୁଷ୍ଠାନର ସଭାପତି ତାପସ ( ପପୁ) ରଂଜନ ମହାରଥୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ କ୍ଷୀତିଶ ଦାଶ ସଂଯୋଜନା କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମେଳଣକୁ ଆସିଥିବା ଲୋକମାନେ ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହିତ ବାଣର ମଜା ଉଠାଇଥିଲେ ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୩

 


Blog Archive

Popular Posts