Breaking News

ବଳଙ୍ଗା ପୋଲିସ କୁ ସଫଳତା, ଡକାୟତି ପାଇଁ ଯୋଜନା ବେଳେ ମାଡ଼ି ବସିଲା ବଳଙ୍ଗା ପୋଲିସ, ନକଲି ବନ୍ଧୁକ ଓ ଚୋରା ମୋବାଇଲ ଜବତ




ବଳଙ୍ଗା -ଗତକାଲି ବିଳମ୍ବିତ ରାତିରେ ବଳଙ୍ଗା ଥାନା ଅନ୍ତର୍ଗତ ମୋଉଜିବେଗ ଗ୍ରାମ ନିକଟ ଭାର୍ଗବୀ ନଦୀ ବନ୍ଧରେ ୬ ଜଣ ଯୁବକ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଳଙ୍ଗା ଥାନା ପେଟ୍ରୋଲିଂ ଗାଡ଼ି ନଜର ରେ ପଡ଼ିଥିଲେ । ପୋଲିସ ଗାଡ଼ି ଦେଖି ତିନିଜଣ ଦୂର୍ବୁର୍ତ୍ତ ଦୌଡ଼ି ପଳାଇଥିଲା ବେଳେ ଅନ୍ୟ ତିନିଜଣଙ୍କୁ ବଳଙ୍ଗା ଥାନା ASI ପ୍ରହ୍ଲାଦ ବରାଳଙ୍କ ନେତୃତ୍ବରେ କାବୁ କରି ଅଟକ କରାଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ବଳଙ୍ଗା ଥାନା ଅନ୍ତର୍ଗତ ଶମ୍ଭୁଭାରତୀପାଟଣା ଗ୍ରାମର ଦୁଇ ଭାଇ  ଜଗନ୍ନାଥ ସାହୁ , ବଳରାମ ସାହୁ ଏବଂ ଅରୁଣ ସାହୁ,  ଗିରଫ ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧି । ପୁର୍ବରୁ ସେମାନଙ୍କ ନାମ ରେ ୫ ଗୋଟି ଏହିଭଳି ମାମଲା ବିଭିନ୍ନ ଥାନାରେ ମଧ୍ୟ ରହିଛି । ସେମାନଙ୍କ ଠାରୁ ଗୋଟିଏ ଏୟାର ଗନ୍,୬ ଗୋଟି ନକଲି ଗୁଳି, ଗୋଟିଏ କଟୁରୀ, ଏକ ପ୍ୟାକେଟ ଲଙ୍କା ଗୁଣ୍ଡ,୬ ଗୋଟି ଟଚ୍ ସ୍କ୍ରିନ୍ ମୋବାଇଲ ଏବଂ ୪ଗୋଟି ଛୋଟ ମୋବାଇଲ ଜବତ କରାଯାଇଛି । ଏହି ଦୁଇ ଭାଈ ଅଧିକ ଅପରାଧରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବଳଙ୍ଗା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିପିଲି SDPO ଦେବଦତ୍ତ ବରାଳ ସୁଚନା ଦେଇଛନ୍ତି । ଫେରାର ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି SDPO କହିଛନ୍ତି । !

ମନୋଜ କୁମାର ପ୍ରଧାନ ବଳଙ୍ଗା,୧୦/୩/୨୦୨୩----୭,୧୦ Sakhigopal News,10/3/2023

Blog Archive

Popular Posts