Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ




ସାକ୍ଷୀଗୋପାଳ ----- ବିଶ୍ବ କପ ହକି ପରିପ୍ରେକ୍ଷୀରେ ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିନ ବିଦ୍ୟାଳୟ ମାନଙ୍କରୁ ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାରେ ବଛା ବଛା ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଶାରୀରିକ ଶିକ୍ଷା ଶିକ୍ଷକ ,ଶିକ୍ଷୟିତ୍ରୀ ମାନଙ୍କ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।  ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁନିଲ୍‌ କୁମାର ପଣ୍ଡା,  ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲୋଚନ ଦାସ,  ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ , ବିଦ୍ୟାଳୟ ର ଭାରପାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ,  ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସମିତି ସଭ୍ୟ ଦୀପକ ଶତପଥୀ ଙ୍କ ସହିତ ଖେଳାଳୀ ମାନଙ୍କ ସହ ପାରା ଅଲମ୍ପିକ୍‌ରେ ସ୍ବର୍ଣ୍ଣ  ପଦକ ବିଜେତା ସତ୍ଯବାଦୀ ମାଟିର ଝିଅ ଜୟନ୍ତୀ ବେହେରା ଏବଂ ସତ୍ୟବାଦୀ ଗୁରୁକୂଳ ସ୍ପୋର୍ଟସ କ୍ୟାମ୍ପର ସହଯୋଗୀ ମାନେ ଉକ୍ତ ରାଲିରେ ସମବେତ ହୋଇ ବସଷ୍ଟାଣ୍ଡ ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।  ଅତିଥିମାନେ ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତି ଓ ପଞ୍ଚସଖା ମଣ୍ଡପରେ ମାଲ୍ୟାର୍ପଣ ସହ ଧୂପ ଦୀପ ପ୍ରଦାନ କରିଥିଲେ। ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ବ୍ଲକ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ।  ଅତିଥି ଭାବେ ଅନ୍ୟ ମାନେ ଯୋଗଦେଇଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା  ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।  ମଂଚ ପରିଚାଳନା କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶାରିରୀକ ଶିକ୍ଷା ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ମିଶ୍ର।ଖେଳ କୁଦ  ଜୀବନର ଏକ ବିଶେଷ ଅଙ୍ଗ, ସେ ସମ୍ପର୍କରେ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ତରଫରୁ ପାରା ଅଲମ୍ପିକ୍‌ରେ ସ୍ବର୍ଣ୍ଣ  ପଦକ ବିଜେତା ସତ୍ଯବାଦୀ ମାଟିର ଝିଅ  ଜୟନ୍ତୀ ବେହେରା ଓ ତାଙ୍କ କୋଚ୍‌ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ଅତୀଥିମାନେ କ୍ରିଡା ପତାକା ଉତ୍ତୋଳନ କରିବା ପରେ ଖେଳାଳୀ ମାନଙ୍କୁ ଶପଥ ପାଠ  କରାଯାଇଥିଲା ।  ସତ୍ୟବାଦୀ କ୍ରିଡା ମଣ୍ଡଳର ସମ୍ପାଦକ ତଥା ସତ୍ଯବାଦୀ ବିଦ୍ୟାଳୟ ର ଶାରୀରିକ  ଶିକ୍ଷା ଶିକ୍ଷକ  ସୁଚିତ୍ର ଖଟେଇ  ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ଚୟନ ହୋଇଥିବା ରେଫେରୀ ମାନେ ଖେଳ ପରିଚାଳନା କରିଥିଲେ । ସିଆରସିସି ଏବଂ ଏବିଇଓ ଉପସ୍ଥିତ ଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ଦାମୋଦର ମିଶ୍ର,ଲିଙ୍ଗରାଜ ସାହୁ,ସନ୍ଦିପ୍‌ ତ୍ରିପାଠୀ ଏବଂ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୁଷ୍ପାଂଜଳି ଜେନା,ମୌସୁମୀ ଦାସ,କଳ୍ପନା ପ୍ରଧାନ,ଜୟଶ୍ରୀ ପଣ୍ଡା ଏବଂ ଚିନ୍ମୟୀ ମହାନ୍ତି ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୨----୮,୧୦ Sakhigopal News,16/12/2022

Blog Archive

Popular Posts