ସାକ୍ଷୀଗୋପିନାଥଙ୍କର ପହିଲି ଭୋଗ ଆରମ୍ଭ
ସାକ୍ଷୀଗୋପାଳ----- ପୁରାଣଶାସ୍ତ ମତ ଅନୁଯାୟୀ ପୁଷ ମାସରେ ବିବାହିତ ଝିଅ ମାନେ ବାପା ଘରକୁ ଯିବାର ପରମ୍ପରା ରହିଛି । ସେହି ମତ ଅନୁସାରେ ମା ଲକ୍ଷ୍ମୀଠାକୁରାଣୀ ପୁଷ ମାସରେ ବାପା ଘରକୁ ମଧ୍ୟ ଯାଇଥାନ୍ତି । ଏହି ଅବସରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତିପର୍ଯ୍ୟନ୍ତ ମା ଯଶୋଦା ଠାକୁରଙ୍କୁ ଭୋଗ ଅର୍ପଣ କରିଥାନ୍ତି । ଏହି ଅବସରରେ ସାକ୍ଷୀଗୋପିନାଥ ଦେବଙ୍କର ପ୍ରତିଦିନ ପରି ନୀତିକାନ୍ତି ହେବା ସହ ଗୋପାଲ ବଲ୍ଲଭ ଧୂପରେ ସ୍ୱତନ୍ତ୍ର ଭାବେ ଚୁଡାଭଜା, ଖଇକୋରା, ପାଚିଲା କଦଳୀ, ଗଜା, ଖୁରୁମା, ଖେଳି, ଆରିସା, ମାଣ୍ଡୁଅ ଆଦି ଶୁଖିଲାଭୋଗ କରାଯାଇଥାଏ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ବିଭିନ୍ନ ମହାଦେବଙ୍କ ମନ୍ଦିର, ସହ ବିଭିନ୍ନ ମଠ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନେ ଧନୁମୁଆଁ ଭୋଗ କରିଥିଲେ । ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁଙ୍କ କୂଳଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ପହିଲି ଭୋଗ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସେହିପରି ବଡ ବଜାର ଗଣେଶ ମଣ୍ଡପରେ ପହିଲିଭୋଗ ପ୍ରସାଦ ଆଜି ଠାରୁ ଛୋଟ ଛୋଟ ପିଲାମାନଙ୍କୁ ବଣ୍ଟନ କରାଯାଇଛି । ଏହା ଆରମାସ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୨---୮,୧୦
Sakhigopal News, 16/12/2022