Home
/
Unlabelled
/
ଉତ୍କଳମଣି ଶ୍ରୀ ଦାସଙ୍କ ଜନ୍ମପୀଠର ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମିକ୍ଷା କଲେ ; ସଂସ୍କୃତି ସଚିବ
ଉତ୍କଳମଣି ଶ୍ରୀ ଦାସଙ୍କ ଜନ୍ମପୀଠର ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମିକ୍ଷା କଲେ ; ସଂସ୍କୃତି ସଚିବ
ସାକ୍ଷୀଗୋପାଳ ---- ଉତ୍କଳମଣି ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ଜାନୁଆରୀ ୨୬ ତାରିଖରେ ଉଦଘାଟନ କରାଯିବ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମୟ ପାଖେଇ ଆସୁଥିବାରୁ ପ୍ରକଳ୍ପ ଅଗ୍ରଗତି ସମିକ୍ଷା କରିବା ସଂସ୍କୃତି ସଚିବ ସତ ବ୍ରତ ସାହୁ ଗୁରୁବାର ଅପରାହ୍ନ ରେ ସଂସ୍କୃତି ସଚିବ ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ପହଞ୍ଚିଥିଲେ । ତାଙ୍କ ଙ୍କ ସହିତ ସଂସ୍କୃତି ବିଭାଗ ଡାଇରେକ୍ଟର ରଞ୍ଜନ କୁମାର ଦାସ , ପୁରୀ ଜିଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ସଂସ୍କୃତି ସଚିବ ମଧୁସୁଦନ ଦାସ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁସାହୁ ଓ ଓଡିଶା ସେତୁ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ଯୋତି ପ୍ରକାଶ ଦାସ ପ୍ରମୁଖ ଅଧିକାରୀ ମାନେ ଐତିହ୍ୟ ପ୍ରକଳ୍ପ ଅଗ୍ରଗତିର ସଂପର୍କରେ ଏକ ସମିକ୍ଷା କରିଥିଲେ । ଗୋପବନ୍ଧୁଙ୍କ ଷଠିଘରର ଚାଳକୁ ଟାଇଲ ପକା ଯାଉଥିବା ଦେଖି ଖୁସି ବ୍ଯକ୍ତ କରିଥିଲେ ସଚିବ ।ସଂଗ୍ରହାଳୟ, ପୋଖରୀ, ପିଲାଙ୍କ ଖେଳ ପଡିଆ, ଗ୍ରାମ ରାସ୍ତା,ନିର୍ମାଣାଧୀନ ଶିବମନ୍ଦିର, ପ୍ରତିମୂର୍ତ୍ତି ସ୍ଥାପନ ପିଣ୍ଡି ଆଦି ବୁଲି ଦେଖିଥିଲେ। ମନ୍ଦିରର ନିର୍ମାଣ ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ ବୋଲି ମହାରଣା ପ୍ରତିଶ୍ରୁତି ଦେଇଥିଲେ । ସେହିପରି ୧୫ ଫୁଟ ଉଚ୍ଚ ତା ବିଶିଷ୍ଟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାମ ଶେଷ ହୋଇ ସାରିଛି ବୋଲି ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ କହିଥିଲେ । ଜାନୁଆରୀ ୨୬ରେ ପ୍ରକଳ୍ପ ଉଦ୍ଘାଟନ କରାଯିବ ବୋଲି ସଂସ୍କୃତି ସଚିବ ଶ୍ରୀ ସାହୁ କହିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସେତୁ ନିର୍ମାଣ ନିଗମ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବିକେ ଆର୍ଟ କଲେଜ ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ପାଢ଼ୀ, ପ୍ରୋଜେକ୍ଟ ଅଫିସର ଅଫିସର ସୁନ୍ଦର ମାଧବ ପାଢ଼ୀ, ଇଂ ପ୍ରମୋଦ କୁମାର ନାୟକ, ସତ୍ଯବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ସଦସ୍ଯ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଓ ସୂର୍ଯ୍ଯକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୨---୮୧୦ Sakhigopal News,16/12/2022
ଉତ୍କଳମଣି ଶ୍ରୀ ଦାସଙ୍କ ଜନ୍ମପୀଠର ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମିକ୍ଷା କଲେ ; ସଂସ୍କୃତି ସଚିବ
Reviewed by sakhigopal news
on
06:25
Rating: 5
